ନ୍ୟାସୀନାଲ ଆଚିଭମେଣ୍ଟ ସର୍ଭେ ପରୀକ୍ଷାକୁ ନେଇ କଂଗ୍ରେସ ନେତାଙ୍କ ସହ ଆଲୋଚନା କଲେ ସ୍ଥାନୀୟ ତହସିଲଦାର….

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଏନଏଏସ (ନ୍ୟାସୀନାଲ ଆଚିଭମେଣ୍ଟ ସର୍ଭେ ) ପରୀକ୍ଷାକୁ ନେଇ ଘୁ.ଉଦୟଗିରି କଂଗ୍ରେସ ନେତାଙ୍କ ସହ ସ୍ଥାନୀୟ ତହସିଲଦାର ଆଲୋଚନା କରିଛନ୍ତି I ଆସନ୍ତା ୧୨ ତାରିଖରେ ସରକାରଙ୍କ ତରଫରୁ ଘୁ.ଉଦୟଗିରି ବ୍ଲକର ୧୨ଟି ବିଦ୍ୟାଳୟରେ ପ୍ରଶାସନ ପାଖରୁ ପରୀକ୍ଷା କରାଯିବା ପାଇଁ ଘୋଷଣା ହୋଇ ଥିବାବେଳେ ସେହି ଦିନ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ୬ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦିଆଯାଇଛି I

csp

ଏନଏଏସ ପରୀକ୍ଷାକୁ ଛାତ୍ରଛାତ୍ରୀ ଯେଉଁ ଭଳି ଭାବରେ ସୁରୁଖୁରୁରେ ଦେଇ ପାରିବେ ସ୍ଥାନୀୟ ତହସିଲଦାର ଓ ସ୍ଥାନୀୟ କଂଗ୍ରେସ ନେତାଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇ ଥିଲା I ଏହି ସଭାରେ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳୀ ପ୍ରଧାନ, ଥାନାଧିକାରୀ ରେବତୀ ଶବର, କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ଘୁ.ଉଦୟଗିରି ବିଜ୍ଞାପନ ଅଞ୍ଚଳ ପରିଷଦର ନଗର ସଭାପତି ଏନ ରାଜା ରାଓ, ବ୍ଲକ ସଭାପତି ସଦାନନ୍ଦ ନାୟକ, ସାଧାରଣ ସମ୍ପାଦକ ଜାକେଶ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ପ୍ରତାପ ଚନ୍ଦ୍ର ପ୍ରଧାନ, କଳିଙ୍ଗିଆ ଗ୍ରାମପାଞ୍ଚୟର କଂଗ୍ରେସ ସଭାପତି ଜିଖରୀୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I ପରୀକ୍ଷାର୍ଥୀମାନଙ୍କୁ କୌଣସି ହଇରାଣ କରାଯିବ ନାହିଁ ବୋଲି ସ୍ଥାନୀୟ କଂଗ୍ରେସ ନେତାଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ପ୍ରତିଶୃତି ମିଳିବା ପରେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି I ପରୀକ୍ଷାର୍ଥୀ, ଅଭିଭାବକ ଓ ପରୀକ୍ଷା ତଦାରଖ କରୁ ଥିବା ସରକାରୀ କର୍ମଚାରୀ ନିଜର ସରକାରୀ ପରିଚୟ ପତ୍ର ସାଙ୍ଗରେ ନେଇ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରକୁ ଯିବେ ବୋଲି ସ୍ଥାନୀୟ ପ୍ରଶାସନ ପାଖରୁ ସୂଚନା ଦିଆଯାଇଛି I ବନ୍ଦ ଡାକରା ଦିନ ପରୀକ୍ଷାର୍ଥୀ, ଅଭିଭାବକ ଏବଂ ପରୀକ୍ଷା ତଦାରଖ କରୁଥିବା ସରକାରୀ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାକୁ ମଧ୍ୟ ଛଡ଼ା ଯିବନାହଁ ବୋଲି ଘୁ.ଉଦୟଗିରି କଂଗ୍ରେସର ନେତାମାନେ ପ୍ରକାଶ କରିଛନ୍ତି I ବନ୍ଦ ଡାକରା ଯୋଗୁଁ ୧୨ ତାରିଖ ଦିନ ଘୁ.ଉଦୟଗିରି ସହର ଏବଂ ଗ୍ରାମାଞ୍ଚଳର ସମସ୍ତ ଦୋକାନ, ବଜାର ଓ ଯାତାୟାତ ସେବା ବନ୍ଦ ରହିବ ବୋଲି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ କୁହାଯାଇଛି I ଏହି ବନ୍ଦ ଡାକରାକୁ ସମସ୍ତ ଜନସାଧାରଣ ସମର୍ଥନ ଜଣାଇବା ପାଇଁ ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଅନୁରୋଧ କରାଯାଇଛି I ଏହି ୬ ଘଣ୍ଟିଆ ବନ୍ଦ ଡାକରାକୁ ନେଇ ଆସନ୍ତା କାଲି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯିବ ବୋଲି ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି I କଂଗ୍ରେସ ଦଳ ହେଉଛି ଗରିବ, ଖଟିଖିଆ, ସାଧରଣ ଜନତାଙ୍କ ଦଳ I ଏହି ଜାତୀୟ ଦଳ କାହାକୁ ହଇରାଣ କାରିଛି ନା କାହାକୁ ହଇରାଣ କରିବା ବୋଲି କନ୍ଧମାଳ ଜିଲ୍ଲା ଯୁବକ କଂଗ୍ରେସ ପକ୍ଷରୁ କୁହାଯାଇଛି I ତେଣୁ କନ୍ଧମାଳ ଜିଲ୍ଲାର ଜନସାଧାରଣ ଏହି ବନ୍ଦ ଡାକରାକୁ ସଫଳ କରିବା ନିମନ୍ତେ ବିଫୁଳ ସଂଖ୍ୟାରେ ସହଯୋଗ କରିବା ପାଇଁ କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ପକ୍ଷରୁ ଅପିଲ କରାଯାଇଛି I