୧୦ଫୁଟ୍ ତଳକୁ ଖସିଲା ମାଟି, ଭୂସ୍ଖଳନ ଦେଖି ଲୋକଙ୍କ ମନରେ ଭୟର ଆତଙ୍କ ସୃଷ୍ଟି….

ବାଲିଗୁଡା(ସଲମନ୍ ବିନ୍ଧାଣୀ): ରାଜ୍ୟରେ ଲାଗିଛି ତୁହାକୁ ତୁହା ବର୍ଷା ରାଜ୍ୟରେ ସମସ୍ତଙ୍କୁ ବର୍ଷାରେ ସତର୍କ ରହିବା ପାଇଁ ସଚେତନ କରିଦେଇଛି ପାଣି ପାଗବିଭାଗ କେନ୍ଦ୍ର l ଲୋକ ଏବେ ଭୟବିତରେ ଥିବା ବେଳେ ହଟାତ୍ ରାଇକିଆ ବ୍ଲକ ଅଧିନସ୍ଥ ଡେପାଗୁଡା ଏମିତି ଏକ ଘଟଣା ଘଟିଛି l ଏହି ଗ୍ରାମରେ ଦେଖୁ ଦେଖୁ ହଟାତ୍ ଦଶ ଫୁଟ୍ ତଳକୁ ଖସିଲା ରାସ୍ତା ମାଟି l ଅଞ୍ଚଳ ବାସି ରାସ୍ତାର ପରିବର୍ତ୍ତନ କରି ଚାରି ପରିବାର ଲୋକକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ସୂଚନା ମିଳିଛି l ଏପରି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଗଞ୍ଜାମ ସୀମାନ୍ତ ସୀମାନ୍ତ ରାଇକିଆ ବ୍ଲକ ଅନ୍ତର୍ଗତ ଇନ୍ଦ୍ରଗଡ  ପଞ୍ଚାୟତ ସ୍ଥିତ ଢେପାଗୁଡ଼ା ଗ୍ରାମରେ ଘଟିଛି l ସୂଚନା ଅନୁସାରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ଗ୍ରାମର କେତେକ ଶିଶୁ ଘର ବାହାରେ ଖେଳୁଥିଲେ l ସେମାନଙ୍କ ଆଖି ଆଗରେ ହଟାତ୍ ମାଟି ଅତଡ଼ା ଦବିବା ଦେଖି ଶିଶୁମାନେ ଦୌଡ଼ି ଯାଇ ଲୋକଙ୍କୁ ଖବର ଦେବା ପରେ ଢେପାଗୁଡ଼ା ଗ୍ରାମରେ ଭୟର ଆତଙ୍କ ସୃଷ୍ଟି ହେଇଛି l ଏହି ଖବର ପ୍ରସାରଣ ପରେ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଭୂସ୍ଖଳନ ହେବାର କାରଣ କଣ ରହିଛି ଏହାର ଜୋରଦାର ତଦନ୍ତ କରୁଛି ପ୍ରସାଶନ I ବର୍ଷା ଯଦି ଲାଗି ରହିବ ତେବେ ଏହା ବ୍ୟାପିବାର ସମ୍ଭାବନା ଅଛି ବୋଲି ସୂଚନା ମିଳିଛି I ଗାଁ ଲୋକଙ୍କ କହିବା ଅନୁଯାୟୀ ଆଗରୁ ଛଟ ଖାଲ ହୋଇଥିଲା ଏହା ଉଗ୍ରରୂପ ନେଇଛି l ଏହା ପାଣିଆ ଅଂଶ ଅଧିକ ହେବାରୁ ମାଟି ଦୁର୍ବଳ ହୋଇ ଭୂସ୍ଖଳନ ହୋଇଛି l ଆହୁରି ମଧ୍ୟ ଲଗାଣ ବର୍ଷା ହେଲେ ଆହୁରି ଭୂସ୍ଖଳନ ହେବ l ଏଣୁ ଭୂସ୍ଖଳନ ହୋଇଥିବା ସ୍ଥାନକୁ ଯିବାକୁ  ନିଶେଧ  ହୋଥିବା ସୂଚନା ମିଳିଛି I