ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ରାୟଗଡ଼ ଥାନା ଅନ୍ତର୍ଗତ କଡମାତାଲ ଗ୍ରାମରେ ସାପ କାମୁଡ଼ାରେ ମା’ ଓ ୬ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଛି ।
ମୃତକମାନେ ହେଲେ ୩୫ ବର୍ଷୀୟା ଲଳିତା ରଇତ ଓ ତାଙ୍କ ପୁଅ ଅମିତ ବଡ ରଇତ । ସୂଚନା ଅନୁଯାୟୀ, ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ଉଭୟଙ୍କୁ ସାପ କାମୁଡ଼ିଥିଲା । ପରେ ସେମାନେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକ ଓ ଗ୍ରାମବାସୀ ତୁରନ୍ତ ରାୟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମା’ ଓ ପୁଅଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Prev Post