ନାଗ ଓ ଅହିରାଜ ସାପ ଉଦ୍ଧାର…..

ଭଞ୍ଜନଗର(ନିଲୁ ବିଷୋୟୀ): ସ୍କୁଲ ହତା ଭିତରୁ ବାହାରିଲା ବିଷଧର ନାଗସାପ । ବର୍ଷା ଦିନ ଯୋଗୁ ଅନେକ ଜନବସତି ସ୍ଥାନରୁ ବିଷଧର ସାପ ଚାଲି ଆସୁଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ନେକ ରେସ୍କ୍ୟୁ ଟିମର ସଦସ୍ୟମାନେ ସାପକୁ ଉଦ୍ଧାର କରି ଜଙ୍ଗଲ ମଧ୍ୟରେ ଛାଡୁଛନ୍ତି । ଶୁକ୍ରବାର ଭଞ୍ଜନଗର ବ୍ଳକ ଅଧିନ ଡି.କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ବିଷଧର ନାଗସାପକୁ ଉଦ୍ଧାର କରାଯାଇଛି । ସ୍କୁଲରେ ଥିବା ରୋଷେଇ ଉପକରଣ ରହୁଥିବା ‌ଗୋଦମ ଘର ପରିସରରୁ ଉକ୍ତ ନାଗସାପକୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପାଚିକାମାନେ ରୋଷେଇ କରୁଥିବା ସମୟରେ ଘର ଭିତରେ କିଛି ଶବ୍ଦ ଶୁଣିବାକୁ ପାଇଥିଲେ । ଏହା ପରେ ସାପ ବୁଲୁଥିବା ଜାଣିବା ପରେ ସ୍କୁଲ କର୍ତ୍ତୁପକ୍ଷଙ୍କୁ କହିଥିଲେ । ସେମାନଙ୍କ ଠାରୁ ଖବର ପାଇଁ ସ୍ନେକ ରେସ୍କ୍ୟୁ ଟିମର ସଦସ୍ୟ ସଞ୍ଜୟ କୁମାର ସ୍ବାଇଁ ଓ ବନ ବିଭାଗ କର୍ମଚାରୀ ଭିକାରୀ ବିଷୋୟୀ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ନାଗସାପଟିକୁ ଉଦ୍ଧାର କରିଥିଲେ । କିଛି ସମୟ ପାଇଁ ସ୍କୁଲ ପରିସରରେ ଭୟର ବାତା ବରଣ ସୃଷ୍ଟି ହୋଇଥିବା ବେଳେ ଏକ ଜାରରେ ଭର୍ତ୍ତି କରି ସହର ବାହାର ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ସେହି ପରି ଗତ ରବିବାର କଇଣ୍ଡି ଗ୍ରାମର ବାବୁଲା ନାୟକଙ୍କ ଘରୁ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଥିଲା । ତାଙ୍କର ରୋଷେଇ ଘର ଭିତରେ ସାପଟି ରହିଥିବା ବେଳେ ରଞ୍ଜନ ବିଷୋୟୀ ପ୍ରମୁଖ ସହଯୋଗୀଙ୍କ ସହ ପ୍ରାୟ ୧୨ ଫୁଟରୁ ଅଧିକ ଲମ୍ବ ଉକ୍ତ ଅହିରାଜକୁ ଉଦ୍ଧାର କରି ସୋରାଦେବୀ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।