ବର୍ଷାରେ ଗୁହାଳ ଭାଙ୍ଗି ୧୩ ଛେଳି ମୃତ, ଏକାଧିକ ଆହତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ତହସିଲ ଅଧୀନ କୁଲାଡ ପଞ୍ଚାୟତର ମୁଣ୍ଡିଆସାହିରେ ଶୁକ୍ରବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି । ଛେଳିପଲ ରହୁଥିବା ଗୁହାଳଟି ଅକସ୍ମାତ ଭାଙ୍ଗିଯିବାରୁ ଗୁହାଳରେ ଥିବା ୧୩ ଟି ଛେଳି ମୃତ୍ୟୁବରଣ କରିଛନ୍ତି । ଏଥିସହ ଏକାଧିକ ଛେଳି ଆହତ ହୋଇଥିବା ଜଣାପଡିଛି । ଗୁହାଳ ଭାଙ୍ଗିବାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଲଗାଣ ବର୍ଷା ଯୋଗୁ ଗୁହାଳର ଖୁଣ୍ଟ ଗୁଡିକ ଦୁର୍ବଳ ହୋଇ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଗୁହାଳଟି ମୁଣ୍ଡିଆ ସାହିରେ ରହୁଥିବା ଶୁକ୍ରୁ ପାତ୍ରଙ୍କ ବୋଲି ଜଣାପଡିଛି । ଖବର ପାଇ ରାଜସ୍ବ ବିଭାଗର ଅଧିକାରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ପ୍ରାଣୀ ଚିକିତ୍ସକ ମଧ୍ୟ ପହଞ୍ଚି ଆହାତ ଛେଳିଙ୍କୁ ଚିକିତ୍ସା ବ୍ୟବସ୍ଥା କରିଥିବା ସରପଞ୍ଚଙ୍କ ପ୍ରତିନିଧି ରାଜୀବ ରାଜୁ ପ୍ରକାଶ କରିଛନ୍ତି ।