ପୂର୍ବ ଶତ୍ରୁାକୁ କେନ୍ଦ୍ର କରି ପୂର୍ବତନ ସମିତି ସଭ୍ୟ କରମ ସିଂଙ୍କୁ ଆକ୍ରମଣ…

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମ୍ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କରମ ସିଂ ନାୟକ @ ରବି ଶର୍ମା(୭୫)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ମଙ୍ଗଳ ବାର ଦିନ କାଟିଙ୍ଗିଆ ଗ୍ରାମରେ ଏକ ସୁଧ କାର୍ଯ୍ୟ ଚାଲିଥିଲା l ସୁଧ କାର୍ଯ୍ୟସାରି କରମ ନଗର ସ୍ଥିତ ନିଜ ନିଜ ବାସ ଗୃହରେ ବିଶ୍ରାମ ନେଉ ଥିବା ବେଳେ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ସେହି ଗ୍ରାମର ତିନିଜଣ ଯୁବକ ଉଦ୍ଧେଶ୍ୟ ମୂଳକ ଭାବେ ତାଙ୍କ ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ । ସେହି ସମୟରେ ତାଙ୍କ  ପୁଅ ବିମଳ ଶର୍ମାଙ୍କ ସହ ପାଖ ପଡ଼ୋଶୀ ଲୋକେ ଆସି ତାଙ୍କୁ ଉଦ୍ଧାର କରିଥିଲେ । ଆହତ ଅବସ୍ଥାରେ ସେ ବ୍ରାହ୍ମଣୀଗାଁ ମେଡିକାଲରେ ଚିକିତ୍ସିତ ହେବା ସହ ଆକ୍ରମଣ କାରି ତିନି ଜଣ ଯୁବକଙ୍କ ନାମରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏନେଇ ବ୍ରାହ୍ମଣୀଗାଁ ପୁଲିସ୍ ପକ୍ଷରୁ ଥାନା କେଶ୍ ନଂ ୬୧/୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।