ସାପ କାମୁଡାରେ ୪ ବର୍ଷର ଶିଶୁ ମୃତ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଦାରିଙ୍ଗବାଡି ବ୍ଲକ ଝୀଞ୍ଜିରୀଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘପଦା ଗ୍ରାମର ଧର୍ମେନ୍ଦ୍ର ସିଂଙ୍କ ୪ ବର୍ଷର ପୁଅ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ରାତି ପ୍ରାୟ ଦୁଇ ଘଣ୍ଟାରେ ଶୋଇଥିବା ସମୟରେ ବିଷାକ୍ତ ସାପ ଶିଶୁ ଲରେନ୍ସଙ୍କୁ ବେକରେ କାମୁଡି ଦେଇ ସେଜରେ ଥିଲା । ରାତିରେ ଉଠି ଲାଇଟ ଜଳାଇ ଦେଖିଲା ବେଳେ ସାପଟି ଶେଜରେ ଥିଲା । ହେଲେ ଶିଶୁଙ୍କୁ ସାପ କାମୁଡା ଥିବା ରାତିରେ ଜଣା ପଡ଼ିନଥିଲା । ସକାଳେ ଶିଶୁର ପେଟ ବ୍ୟଥା ହେବାରୁ ବ୍ରାହ୍ମଣିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ  ପହଞ୍ଚି ଡାକ୍ତରଙ୍କୁ ଦେଖାଇ ସମସ୍ତ ଘଟଣା କହିଲା ପରେ ଶିଶୁଙ୍କୁ ଦେଖି ବିଷକ୍ତ ସାପ କାମୁଡିଥିବା କହି ତୁରନ୍ତ ବ୍ରହ୍ମପୁର  ନେବାକୁ ପରାମର୍ଶ ଦେଇଥିଲେ । ବ୍ରହ୍ମପୁର ନେବା ସମୟରେ ମୋହନାରେ  ତାଙ୍କର ଅବସ୍ଥା ଗୁରୁତର ହେବାପରେ ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରି ଥାନକୁ ସୂଚନା ଦେଇ ଥିଲେ । ମୋହନା ଥାନାରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ବ୍ରାହ୍ମଣିଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ବ୍ରାହ୍ମଣିଗାଁରେ ଡାକ୍ତର ଶବ ବ୍ୟବଛେଦ ପରେ ପରିବାକୁ ମୃତ ଶରୀର ହସ୍ତାନ୍ତର କରିଥିବା ଜଣା ପଡ଼ିଛି ।