୨୫୧ କେଜି ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ରା ଉଦୟଗିରି ପୁଲିସ…

ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲାରେ ପୁଲିସ ପ୍ରସାଶନ ଗଞ୍ଜେଇ ଚାଷ ଉପରେ ଯେତିକି ରୋକ ଲଗାଉଛି ଲୋକେ ସେତିକି ଜୋରରେ ଗଞ୍ଜେଇ ଚାଷ ଓ ଗଞ୍ଜେଇ ଉତ୍ପାଦନ କରୁଥିବାର ଅନୁମାନ କରାଯାଉଛି । ଫଳରେ କିଛି ଦିନ ଅନ୍ତରରେ ଅଡବା, ମୋହନା ଅଞ୍ଚଳ ହେଉ କିମ୍ବା ରା.ଉଦୟଗିରି ଅଞ୍ଚଳ ହେଉ ଗଞ୍ଜେଇ ଜବତ ଓ ଲୋକେ ଗିରଫ ହେବାର ନା ହିଁ ଥମୁନାହିଁ । ଆଜି ପୁଲିସ ଦେଇଥିବା ସୂଚନା ପ୍ରକାରେ ଗତକାଲି ସକାଳେ ରା.ଉଦୟଗିରି ଥାନା ଏସଆଇ ଲକ୍ଷ୍ମଣ ବେଶରା ଓ ତାଙ୍କ ଟିମ ସମ୍ବଲପୁର, କିରାମା, ନିଧିଗୁଡି ଓ ତବରସାହି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିଲେ ଓ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ତବରସାହି ଏକ ଜଙ୍ଗଲ ଉପରେ ଚଢଉ କରି  ପୋଲିଥିନ ପ୍ୟାକେଟରେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବା ଦୁଇ ଜଣଙ୍କୁ ଦେଖିଥିଲେ । ହେଲେ ପୁଲିସକୁ ଦେଖି ଦୁଇ ଗଂଜେଇ ବେପାରୀ ସେଠାରୁ ଦୌଡି ପଳେଇବା ପାଇଁ ଚେଷ୍ଟା କରିଥିଲେ । ତେବେ ପୁଲିସ ଟିମ ସେ ଦୁହିଁଙ୍କ ପିଛାକରି କାବୁ କରିବା ସହ ଗିରଫ ମଧ୍ୟ କରିଥିଲେ । ସେଠାରୁ ପୁଲିସ ୮ ଗୋଟି ଜରି ପ୍ୟାକେଟ ସହ ୨୫୧  କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା । ଗିରଫ ଅଭିଯୁକ୍ତ ଦୁଇଜଣ ସେହି ତବରସାହି ଗ୍ରାମର ଅବିନାଥ ରାଇକା(୪୪) ଓ ଯଖିୟ ଗମାଙ୍ଗ(୫୫)ଙ୍କୁ ରା.ଉଦୟଗିରି ଥାନା କେଶ ନଂ ୧୪୩/୨୦୨୬ ଏନଡିପିଏସ ଧାରା ୧୯୮୫ ଅନୁଯାୟୀ ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଥିବା ଜଣା ପଡିଛି ।