ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ ଅଡବା ଥାନା ଅଞ୍ଚଳ ରାଇଗଣ୍ଡା ନିକଟ ଘାଟି ବୁଲାନ୍ତି ଏକ ସଡ଼କ ଦୁର୍ଘଟଣା ଘଟିଛି l ଏଥିରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇ ଥିବା ବେଳେ ବସରେ ଥିବା ୫ ଜଣ ଯାତ୍ରୀ ଖଣ୍ଡିଆ ଖାବରା ହୋଇ ଥିବା ସୂଚନା ମିଳିଛି । ଗୁରୁତର ଆହତମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଗ୍ରାମର ବିଶିକେଶନ ଗୌଡ଼(୪୦) ଓ କନ୍ଧମାଳ ଜିଲ୍ଲା ସୋନପୁର ମନୋଜ ମାହାଙ୍କୁଡ(42) l ଦୁଇ ଗୁରୁତରଙ୍କୁ 108 ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମୋହନା ମେଡିକାଲରେ ଭର୍ତ୍ତି କରାଯାଇ ଥିଲା l ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର MKCG ମେଡିକାଲକୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଏକ ଘରୋଇ ଯାତ୍ରୀ ବାହୀ ବସ୍ ବିକ୍ରାନ୍ତ ବ୍ରହ୍ମପୁରରୁ ଦାରିଙ୍ଗବାଡି ଅଭିମୁଖେ ଯାଉଥିବା ବେଳେ ଦୁଇଜଣ ବ୍ୟକ୍ତି କୌଣସି ଏକ କାମରେ ଲୁନା ଗାଡ଼ି ଯୋଗେ ବ୍ରାହ୍ମଣୀଗାଁରୁ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା କରୁଥିଲେ l ଉକ୍ତ ଘାଟି ବୁଲାନ୍ତିରେ ଉଭୟେ ମୁହାମୁହିଁ ହେବାରୁ ବାଇକ୍ ଆରୋହିଙ୍କୁ ରକ୍ଷା କରିବାକୁ ଯାଇ ବସ୍ ଡ଼୍ରାଇଭର ଅନୁନ୍ୟ ଉପାୟ ହୋଇ ରାସ୍ତା ବାହାରକୁ ଯାଇ ଦୂର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଗାଡ଼ି ଧକ୍କାରେ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ବସ୍ ଯାତ୍ରୀଙ୍କ ମଧ୍ୟରୁ ୫ଜଣ ଖଣ୍ଡିଆ ଖାବରା ହୋଇଥିଲେ l ସେମାନଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା l ପ୍ରାଥମିକ ଚିକିତ୍ସା ପରେ ଘରକୁ ଯାଇ ଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇ ଥିବା ଜଣା ପଡ଼ିଛି ।