କନ୍ଧମାଳ ଜିଲ୍ଲାରେ ପିଛା ଛାଡୁନି ଦାଦନ ମୃତ୍ୟୁ, ପୁଣି ତାମିଲନାଡୁରେ ଯୁବତୀ ମୃତ…

ବାଲିଗୁଡା(ସଲମନ୍ ବିନ୍ଧାଣୀ): କନ୍ଧମାଳରେ ପିଛା ଛାଡୁନି ଦାଦନ ଶ୍ରମିକମାନଙ୍କର ମୃତ୍ୟୁ l କନ୍ଧମାଳ ଜିଲ୍ଲାର ସିର୍ତ୍ତିଗୁଡ଼ା ପଞ୍ଚାୟତ ଗୁଞ୍ଜୀଙ୍ଗା ଗ୍ରାମାର ଯୁବତୀ ଜଣକ ତାମିଲନାଡୁକୁ ଦାଦନ ଖଟିବାକୁ ଯାଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ମୃତ ଯୁବତୀ ଜଣକ ହେଲେ କୁଶ ପ୍ରଧାନଙ୍କ ଝିଅ କସ୍ତୁରୀ ପ୍ରଧାନ(୨୯) ବୋଲି ଜଣା ପଡ଼ିଛି l ପାରିବାର ଲୋକଙ୍କ କହିବା ସୂଚନା ଅନୂଯାୟୀ କସ୍ତୁରୀ ପ୍ରଧାନ ୨ବର୍ଷ ହେବ ପାରିବାରିକ ଆର୍ଥିକ ଅବସ୍ଥା ଶୋଚନୀୟ ଯୋଗୁଁ ତାମିଲନାଡୁ କଇମ୍ବୁତୁରର କାନୂରରେ ଥିବା ଏକ CMC ସୂତା କଳ କମ୍ପାନୀରେ କାମ କରୁଥିଲେ I ତାଙ୍କର ମୃତ୍ୟୁ ଘଟଣାର ଵର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନଥିବା ବେଳେ କମ୍ପାନୀ ମାଲିକ ବିମାନ ସାହାଯ୍ୟରେ ଭୁବନେଶ୍ୱର ବିମାନ ବନ୍ଦରକୁ ପଠାଇ ସେଠାରୁ ତାଙ୍କୁ ନିଜ ବାସ ସ୍ଥାନ ଗୁଞ୍ଜିଙ୍ଗାକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଥିବାର ସୂଚନା ମିଳିଛି I