ସମସ୍ୟା ଘେରରେ ଘୁ.ଉଦୟଗିରି ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍, ରକ୍ଷଣବେକ୍ଷଣ ସହ ମରାମତି ପାଇଁ ଦାବୀ କଲେ ଅଞ୍ଚଳବାସୀ ଓ ଖେଳାଳୀ ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ଅଞ୍ଚଳର ପ୍ରତିଭା ବାନ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ କ୍ରୀଡା କ୍ଷେତ୍ରରେ ଆଗକୁ ବଢ଼ି ଉଜ୍ବଳ ଭବିଷ୍ୟତ ଗଠନ କରିବା ନିମନ୍ତେ ସ୍ଥାନୀୟ ଶ୍ରୀରାମପଦା ଠାରେ ବିଗତ ସରକାରଙ୍କ ଦ୍ଵାରା ୬.୪ କୋଟି ଟଙ୍କା ବ୍ୟୟ ବରାଦରେ ବହୁମୁଖି ଇଣ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇଥିଲା l ସ୍ଥାନୀୟ ଅଞ୍ଚଳର କ୍ରୀଡା ପ୍ରେମୀ ଓ କ୍ରୀଡ଼ାବିତମାନଙ୍କ ଦାବିକୁ ଦୃଷ୍ଟିରେ ରଖି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଇଣ୍ଡୋର ଷ୍ଟାଡିୟମଟି ରକ୍ଷଣା ବେକ୍ଷଣା ଅଭାବ ଯୋଗୁଁ ବର୍ତ୍ତମାନ ଖେଳାଳୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଭେଟେରାନ ବେଡ଼ମୀଣ୍ଟନ ଖେଳାଳି ମନୋରଞ୍ଜନ ପ୍ରଧାନ ଓ ଅନ୍ୟମାନେ । ଖେଳାଳୀଙ୍କ ଅଭିଯୋଗ ଅନୁସାରେ ବର୍ତ୍ତମାନ ଏହି ଇଣ୍ଡୋର ଷ୍ଟାଡିଅମକୁ ପ୍ରବେଶ ଦ୍ୱାର ପୁଟିକ ଭାଙ୍ଗି ତଳେ ପଡୁଛି କେତେବେଳେ ଖେଳାଳୀଙ୍କ ଉପରେ ପଡ଼ିବା ଭୟ ରହିଛି, ଭିତରେ ଲାଗିଥିବା ଶୀତତାପ ନିୟନ୍ତ୍ରଣ ଯନ୍ତ୍ରାଂଶ ଖରାପ ହୋଇଯାଇଛି, ପାଖାପାଖି ୨୧ରୁ ଉର୍ଦ୍ଧ ହେଲୋଜିନ ଲାଇଟ ଲାଗୁନାହିଁ, ତଳେ ପଡ଼ିଥିବା ମେଟ, ଅଗ୍ନି ନିରାପତ୍ତା ପୁନଃ ସଂଯୋଗ, ୱାଟର ପିୟୁରିଫାଇର ମରାମତି, ସିନ୍ଥେଟିକ ଟ୍ରାକର ପୁନଃନିର୍ମାଣ ଆବଶ୍ୟକ ରହିଛି, ଡିଜି ଜେନେରେଟର ବ୍ୟବସ୍ଥା କରିବା ଏବଂ ସୋଲାର ପ୍ୟାନେଲ ସଂଯୋଗୀକରଣ ନିମନ୍ତେ ଦାବି ରହିଛି l ସବୁଠାରୁ ବଡ଼ ବିଷୟ ହେଲା ବର୍ଷା ହେଲେ ଇଣ୍ଡୋର ଭିତରେ ପାଣି ଗଳୁଛି ବହୁ ସ୍ଥାନରେ କାନ୍ଥ ଫାଟି ଥିବାରୁ ସେଇପଟେ ବର୍ଷା ପାଣି ସିଂଙ୍କ କରିବା ସହ କାନ୍ଥ ଦେଇ ତଳକୁ ଝରୁଛି l ବହୁ ସମସ୍ୟାରେ ମଧ୍ୟ ଖେଳାଳୀମାନେ ସେଠାରେ ଖେଳୁଛନ୍ତି କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ସମସ୍ୟା ନେଇ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଦ୍ୟାବିଧି କୌଣସି ସମାଧାନ ହୋଇପାରିନାହିଁ l ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ଏଇ ସମସ୍ୟା ନେଇ ଆମ ପ୍ରତିନିଧି ପଚାରିବାରୁ ଇଣ୍ଡୋର ଷ୍ଟାଡିଅମ ମରାମତି ନିମନ୍ତେ ସେମିତି ଅପରର୍ଯ୍ୟାପ୍ତ ଟଙ୍କା ନାହିଁ ଆବଶ୍ୟକୀୟ ପୁନଃରୁଦ୍ଧାର ଯୋଜନା ସହ ଉକ୍ତ ସମସ୍ୟା ବିଷୟରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି l ଜିଲ୍ଲା କ୍ରୀଡ଼ା ବିଭାଗ ନିକଟରେ  ଇଣ୍ଡୋର ଷ୍ଟାଡିଅମ ମରାମତି ନିମନ୍ତେ ପର୍ଯ୍ୟାପ୍ତ ଫଣ୍ଡ ନଥିବା ନେଇ ସାଧାରଣରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗର ପରିଚାଳନା କାର୍ଯ୍ୟଶୈଳୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ଦାୟୀତ୍ୱରେ ଥିବା ଅଧିକାରୀ ଏହି ବିଷୟ ଅବଗତ ଥିବା ସତ୍ତ୍ୱେ କିଛି କରିପାରୁନାହାନ୍ତି । ପ୍ରଶ୍ନ ଉଠୁଛି ବିଭାଗୀୟ ଅଧିକାରୀ ସମସ୍ୟା ବିଷୟରେ ଜାଣି ସୁଦ୍ଧା ସମସ୍ୟାର ସମାଧାନ ନିମନ୍ତେ କିଛି ପଦକ୍ଷେପ ନେଇ ପାରୁନାହାନ୍ତି କାହିଁକି ବର୍ତ୍ତମାନ ଏହି ଷ୍ଟାଡିୟମର ରକ୍ଷଣବେକ୍ଷଣ କାହା ଦାୟିତ୍ୱ ବୋଲି ପ୍ରଶ୍ନ କରିଛନ୍ତି ଭେଟେରାନ ଖେଳାଳି ପ୍ରଫୁଲ୍ଲ ରାଉତ l ଏହି ଇଣ୍ଡୋର ଷ୍ଟାଡିୟମ ଯୋଗୁଁ ସ୍ଥାନୀୟ ଅଞ୍ଚଳର ବହୁ ଖେଳାଳୀ ଉପକୃତ ହେଉଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳ ନିମନ୍ତେ ଗୌରବ କହିବା ସହ ଯଥା ଶୀଘ୍ର ଉପରୋକ୍ତ ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ କରିବା ନିମନ୍ତେ ଦାବୀ କରିଛନ୍ତି ଯୁବ ଖେଳାଳୀ ଶେଖର ପରିଛା, ମଙ୍ଗୁଳୁ ମାଝୀ ଓ ଅନ୍ୟମାନେ l ଛାତ ଉପର ଚାରିପଟ କାନ୍ଥରୁ  ପାଣି ଝରିବା ସହିତ ବାହାରକୁ ମଧ୍ୟ ପାଣି ଝରିବା ଚିହ୍ନ ଦେଖାଯାଉଥିବା ବେଳେ କାନ୍ଥ ମଧ୍ୟ କିଛି ସ୍ଥାନରେ ଫାଟି ଥିବା ଦେଖିବାକୁ ମିଳିଛି । ଯାହା ଦ୍ଵାର ସମ୍ମୁଖରେ ଉପର ଅଂଶ ଫାଟି ପାଣି ଗଳି ଚଟାଣରେ ପଡୁଛି । କେତେବେଳେ ସେହି ସିଲିଂ ଖସିବ ଠିକ ନାହିଁ । ଖେଳାଳୀଙ୍କ ଅଭିଯୋଗ ଅନୁସାରେ ଷ୍ଟାଡିୟମରେ ନିମ୍ନମାନର ବିଦ୍ୟୁତ ସରଞ୍ଜାମ ବ୍ୟବହାର କରାଯାଇଥିବା ଯୋଗୁ ବିଭିନ୍ନ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖା ଦେଉଥିବା ଅଭିଯୋଗ କଲେ ମଧ୍ୟ ମରାମତି ହେଉନି ବାଧ୍ୟ ହୋଇ ଖେଳାଳିମାନେ ନିଜେ ଚାନ୍ଦା କରି ମରାମତି କରୁଛନ୍ତି l ପ୍ରଶାସନର ଉଦାସୀନତା ଓ ଅବହେଳା ଯୋଗୁଁ ବହୁମୁଖି ଇଣ୍ଡର ଷ୍ଟାଡିୟମର ଏପରି ପରିସ୍ଥିତି ହେବା ପରିତାପର ବିଷୟ ପାଲଟିଛି । ବେଳ ଥାଉ ଥାଉ ଯଦି ଏହାର ପ୍ରତିକାର ନ ହୁଏ ତେବେ ଅଧିକ ନଷ୍ଟ ହେବା ସହିତ ବ୍ୟବହାର ଯୋଗ୍ୟ ରହିବ ନାହିଁ । ତେଣୁ ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି  ।