ନାରୀ ସଶକ୍ତି କରଣ ସମ୍ପର୍କରେ ଆଲୋଚନା ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ଅଲାଞ୍ଜୁରି ସ୍ଥିତ କମ୍ୟୁନିଟୀ ହଲରେ ମହିଳା ସଶକ୍ତି କରଣ ଓ ଅସହାୟକଙ୍କ ସହାୟକ ସମ୍ପର୍କିତ ଆଲୋଚନା ଶିବିର ଅନୁଷ୍ଠିତ ହୋଇଯାଇଛି । ଅସହାୟକଙ୍କ ସହାୟକ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲ୍ଲିକ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ହାଇକୋର୍ଟର ଆଇନଜୀବୀ ତଥା ସମାଜ ସେବୀ ଧନଞ୍ଜୟ ସେନାପତି, ମାନବାଧିକାର କର୍ମୀ ବିକ୍ରମ ବସ୍ତିରାଇ, ସମାଜ ସେବୀ ପ୍ରଶାନ୍ତ ନାୟକ, ଗ୍ରାମ୍ୟ ପରିଚାଳନା କମିଟି ସଭାପତି ବାବୁଲା ସିଂ, ରାମାକାନ୍ତ ସିଂ ପ୍ରମୁଖ ଯୋଗ ଦେଇ ମହିଳା ସଶକ୍ତି କରଣ ସମ୍ପର୍କରେ ଆଲୋକ ପାତ କରିଥିଲେ । ଅସହାୟକଙ୍କ ସହାୟକ କେନ୍ଦ୍ରର ପରିଚାଳକ କୁଲ ରଞ୍ଜନ ଧଙ୍ଗଡାମାଝୀଙ୍କ ନିର୍ଦ୍ଦେଶରେ କୋଷାଧ୍ୟକ୍ଷ ସୀମାଞ୍ଚଳ ପରିଛା ଓ ଅନ୍ୟ କର୍ମୀମାନେ ପରିଚାଳନା କରିଥିବା ବେଳେ ଗ୍ରାମର ୧୬ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ l