ଭଞ୍ଜନଗର ଥାନା ଅଧିନରେ ପୃଥକ ଦୁର୍ଘଟଣା, ୬ଜଣ ଆହତ…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଦଶପଲ୍ଲା ମୁଖ୍ୟ ରାସ୍ତାର ସାହାଣପଲ୍ଲୀ ଓ ଭେରେଡା ଗ୍ରାମ ମଧ୍ୟବର୍ତ୍ତି ସ୍ଥାନରେ ବାଇକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ଉଭୟ ଗାଡିର ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ବ୍ରହ୍ମପୁର ଅଶୋକ ନଗରର ଏସ୍‌ ରାମୁଡୁ ପାତ୍ର ଓ ସମୀର କୁମାର ଦାଶ ଏମାନଙ୍କ ସହ ବିପରୀତ ଦିଗରୁ ଆସୁଥିବା ଲେମ୍ଭାଇ ବାଲିସାହିର ଜିତୁ ଗୌଡ ଓ ବାହାକପଲ୍ଲୀର ସୁନୀଲ ଗୌଡ ବୋଲି ଜଣାପଡିଛି । ରାମୁଡୁ ଓ ସମୀର ଗୋଟିଏ ଗାଡିରେ ଅଏଲ ଦୋକନରୁ ଟଙ୍କା ସଂଗ୍ରହ କରି କୁଲାଡ ଗ୍ରାମରୁ ଭଞ୍ଜନଗର ଆଡକୁ ଆସୁଥିବା ‌ବେଳେ ଜିତୁ ଓ ସୁନୀଲ ଭଞ୍ଜନଗରରୁ ଜନ୍ମଦିନ କେକ୍‌ ନେଇ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ସେହିପରି ବେଲଗୁଣ୍ଠା ଥାନା ବାଣତୁମ୍ବ ନିକଟରେ ଆଜି ମଧ୍ୟାହ୍ନରେ ଏକ ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ବେଲଗୁଣ୍ଠାର ବଳରାମ ସ୍ବାଇଁ(୧୭) ଏକ ବାଇକରେ ବେଲଗୁଣ୍ଠାରୁ ଆସୁଥିବା ବେଳେ କଞ୍ଚଣା ଗ୍ରାମର ଦୁ‌ଯ୍ୟୋଧନ ସାହୁ(୮୦)ଙ୍କ ସହ ଧକ୍କା ହେବାରୁ ସେମାନଙ୍କୁ ମଧ୍ୟ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।