ଅନୁସନ୍ଧାନ ଭାରତ(ବ୍ୟୁର): ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟ, ଘୁ.ଉଦୟଗିରିଠାରେ ଆଇ.ବି.ଏମ୍. ସ୍କିଲ୍ସବିଲ୍ଡ କାର୍ଯ୍ୟକ୍ରମ (IBM SkillsBuild Programme)ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ତପନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ‘ଭାରତ କେୟାର୍ସ’ର ସୀନିଅର ଆସୋସିଏଟ୍ ଶ୍ରୀ ସୁଦୀପ୍ତ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI), ସାଇବର ସୁରକ୍ଷା ଓ ଡାଟା ସାଇନ୍ସ ପରି ଆଧୁନିକ ଡିଜିଟାଲ କୋର୍ସର ମାଗଣା ପ୍ରଶିକ୍ଷଣ ଓ ସାର୍ଟିଫିକେଟ୍ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ସହ ଏହି ବୈଷୟିକ ଶିକ୍ଷାର ଲାଭ ଉଠାଇ ଭବିଷ୍ୟତରେ ନିଯୁକ୍ତିକ୍ଷମ ହେବାକୁ ଆହ୍ୱାନ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।