ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହରେ ଶିଶୁ ଚାଲାଣ ବିରୁଦ୍ଧରେ ଜିଲ୍ଲା ପ୍ରଶାସନନ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାୟଗଡ଼ (ଟିକି ଲିମା): ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଗଜପତି  ତରଫରୁ  ରାୟଗଡ଼  ବ୍ଲକ୍ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ କେନ୍ଦ୍ର ସଭାଗୃହ ଠାରେ  ଶିଶୁ ଚାଲାଣ ବିରୁଦ୍ଧର ଓ ଶିଶୁ ସହାୟତା ଯୋଗାଯୋଗ ନମ୍ୱର ୧୦୯୮ର ପ୍ରଚାର ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ସନ୍ୟାସୀ ବେହେରା ଏଙ୍ଗାରସିଂ  ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି କୁମାରୀ କାର୍ଜୀ  ଓ ନାଏବ ସରପଞ୍ଚ ଶ୍ରୀ ମୁନ।  କୁମାର ଭୂୟାଁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ, ଶିଶୁ ବିକାଶ ପ୍ରକଳ୍ପ କ୍ଷେତ୍ର ପରିଦର୍ଶିକା ମହିମା ମାଳି ଓ ଲକ୍ଷ୍ମୀପୁର ଏସଏସଡି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ  ଡ.ଫିରୋଜ ଖାନ୍ ଛିଞ୍ଚଣି  ପ୍ରମୁଖ ଅତିଥି  ଭାବେ ଯୋଗ ଦେଇଥିଲେ l ଆଜିକାର ସଭାରେ ରାୟଗଡ଼ ବ୍ଲକର ତିନୋଟି ପଞ୍ଚାୟତ ଯଥା ଲକ୍ଷ୍ମୀପୁର, ଏଙ୍ଗାରସିଂ ଓ କଇଁପୁରରୁ ୨୦୦ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ।, ଅଙ୍ଗନବାଡ଼ି କର୍ମୀ, ଏମବିକେ କର୍ମୀ, ଗ୍ରାମର ୱ।ଡର୍ମେମ୍ୱର  ଓ କିଶୋରୀ ବାଳିକା ଅଂଶଗ୍ରହଣ କରିଥିଲେ । ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ଉପସ୍ଥିତ ଅଂଶ ଗ୍ରହଣକ।ରିଙ୍କୁ ବୁଝାଇ ଥିଲେ କି ଶିଶୁ ଚାଲାଣ ଏକ ଅପରାଧ ଅଟେ ଏବଂ ଏହାକୁ ସମସ୍ତେ ରୋକିବା ଦିଗରେ କାର୍ଯ୍ୟକରିବା  ଓ କୌଣସି ଶିଶୁ ବିପଦସଙ୍କୁଳ ଅବସ୍ଥାରେ ଥିଲେ ତୁରନ୍ତ ୧୦୯୮ ଶିଶୁ ସହାୟତା ନମ୍ୱରରେ ଫୋନ କରିବାକୁ ଅନୁରୋଧ କରିଥିଲେ ଓ ପରେ ସରକାରଙ୍କ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ବିଷୟରେ ବୁଝାଇଥଲେ । ଶିଶୁ ଚାଲାଣ ପୂର୍ବରୁ ଅଙ୍ଗନୱାଡ଼ି କର୍ମୀ ଓ ଶିକ୍ଷକମାନଙ୍କ କି ପ୍ରକାର ଦାୟିତ୍ବ ଓ ଭୂମିକା ରହେ ସେ ସମ୍ବନ୍ଧରେ ବିସ୍ତୃତ ରୂପେ ଆଲୋଚନା କରିଥିଲେ । ବିଗତ ଦିନରେ ଘଟିଥିବା ଶିଶୁ ଚାଲାଣ ଉପରେ, ଶିଶୁମାନେ କିପରି ବାହାର ରାଜ୍ୟରେ ନିର୍ଯାତିତ ହୋଇଥିଲେ ସେ ସଂକ୍ରାନ୍ତରେ ଶିଶୁ ସୁରକ୍ଷା ଅଧିକାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସେହି ପରି କାର୍ଯ୍ୟକ୍ରମର ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ଶିଶୁ ସୁରକ୍ଷା ଉପରେ ସମ୍ୟକ ଧାରଣା ପ୍ରଦାନ କରିବା ସହ ଏ ଅଞ୍ଚଳର ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁଙ୍କ ସୁରକ୍ଷା ଓ ଥଇଥାନ ଦିଗରେ କାମ କରିବାକୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ  ।