ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ସୁନା ରୁପା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଦାରିଙ୍ଗବାଡି ବଜାର ଉପରେ ରହିଥିବା ପ୍ରଶାନ୍ତ ମହାପାତ୍ରଙ୍କ ତାରିଣୀ ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଚୋରି ହୋଇଛି । ଜୁଏଲର୍ସ ମାଲିକ ପ୍ରଶାନ୍ତ ଅନୁପସ୍ଥିତି ରହିଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଲୁଟ୍ କରିଥିବା କୁହାଯାଉଛି । ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ ଜଣାଇବା ପରେ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଅର୍ଜୁନ ଶବର ଜୁଏଲର୍ସରେ ପହଞ୍ଚି ତାର ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି ।