ଦାରିଙ୍ଗବାଡି(ଆଶୋକ ସିଂ): ଗଞ୍ଜେଇ ପ୍ୟାକିଂ କରୁଥିବା ବେଳେ ମାଡ଼ି ବସିଲା ଦାରିଙ୍ଗବାଡି ପୁଲିସ । ଏହି କାରବାରରେ ଲିପ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନେ ହେଲେ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମର ସଞ୍ଜୟ ସାହୁ (୨୯)ଓ ଲାଇନ ପଡ଼ା ଗ୍ରାମର ସୁଧୀର ସାହୁ (୨୧) ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ସମୟରେ ଗ୍ରୀନବାଡ଼ି ସ୍ଥିତ କମ୍ୟୁନିଟି ହଲ୍ ପଛ ପାର୍ଶ୍ୱରେ ଗଞ୍ଜେଇ ପ୍ୟାକିଂ ପ୍ରସ୍ତୁତ କରୁଥିବା ଖବର ପାଇ ଥାନା ଆଇ ଆଇ ସି ସଂଗ୍ରାମ କେଶରୀ ଜେନା ସଦଳବଳେ ଚଢ଼ାଉ କରିଥିଲେ । ତେବେ ଘଟଣା ସ୍ଥଳରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ୧୫କେଜି ଗଞ୍ଜେଇ, ଦୁଇଟି ମୋବାଇଲ୍ ଫୋନ, ଗୋଟିଏ ହାତ ତିଆରି ଗଞ୍ଜେଇ କମ୍ପ୍ରେସର ମେସିନ୍, ଦୁଇଟି ୱେଲ୍ଡିଂ ମେସିନ୍ ଜବତ କରିଥିବା ବେଳେ ଏନେଇ ଥାନା କେଶ୍ ନଂ୧୯୫/୨୦୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଆଇ ଆଇ ସି ଶ୍ରୀ ଜେନା ସୁଚନା ପ୍ରଦାନ କରିଛନ୍ତି ।