କ.ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ଜିଓ ଟାୱାର ଗୁଡ଼ିକ କାର୍ଯ୍ୟକ୍ଷମ କେବେ ହେବ ? ଯଥାଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଅଞ୍ଚକବାସୀଙ୍କ ଦାବୀ…
ବାଲିଗୁଡ଼ା(ସୋଲମନ ବିନ୍ଧାଣି): ଦୀର୍ଘ ଏକ ବର୍ଷ ହେଲା କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଠିଆ ହୋଇଛି ଜିଓ ଟାଓ୍ଵାର । କେବେ ହେବ ଏହାର କାର୍ଯ୍ୟକ୍ଷମ ? ଡିଜିଟାଲ ଯୁଗରେ ନେଟୱାର୍କର କରୁଣ ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ । ଏପରିକି କେତେକ ସ୍ଥାନରେ ଟାୱାର ବସିଛି, କଥା ପାଇଁ ବ୍ଯବହାର ହେଉଛି l କିନ୍ତୁ ନେଟୱାର୍କ ସଂପୂର୍ଣ୍ଣ କାମ କରୁନି । ଯାହାରି ଫଳରେ ଅନଲାଇନ୍ ପାଠ ପଢା ସହ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସାଧାରଣ ଜନତା, ସରକାରୀ କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଜରୁରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି l ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ । ଉକ୍ତ ପଞ୍ଚାୟତ ନିକଟବର୍ତ୍ତୀ ଗସାନାଜୁ ପ୍ରାଥମିକ ବିଦ୍ୟାଳୟ ନିକଟରେ ବର୍ଷେ ହେବ ରିଲାଏନ୍ସ ଜିଓ ଟାଓ୍ଵାର ଠିଆ ହୋଇ ରହିଛି ସତ କିନ୍ତୁ ଲୋକେ ମୋବାଇଲ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଅଞ୍ଚଳର ଦୀର୍ଘ ଦିନ ଦାବି ପରେ ଟାଓ୍ଵାର ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି । ଯାହାରି ଫଳରେ ପିଲାମାନେ ଅନଲାଇନ ପାଠପଢ଼ା କଣ ଜାଣନ୍ତି ନାହିଁ l ଗତ ସରକାର ଅମଳରେ ପ୍ରତ୍ୟେକ ଗ୍ରାମ ପଂଚାୟତରେ ସ୍ମାର୍ଟ ସ୍କୁଲ ନିର୍ମାଣ ହୋଇଛି ଓ ଇ-ଲାଇବ୍ରେରୀ ପାଇଁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି ସତ କିନ୍ତୁ ଏହା ଧର୍ମକୁ ଆଖିଠାର ଭଳି ଗାଁକୁ ନେଟୱାର୍କ ଆସୁ ନଥିବାରୁ ସ୍ମାର୍ଟ ସ୍କୁଲର ଯଂନ୍ତ୍ରାଶ ନଷ୍ଟ ହେବାକୁ ବସିଲାଣି । ନେଟୱାର୍କ ନଥିବା ଯୋଗୁଁ ଜନଗଣନା, ଭୋଟର ତାଲିକା ସଂଶୋଧନ, ରାସନ୍ କାର୍ଡ ପାଇଁ ଇ-କେୱ୍ଵାସି ଭଳି ବିଭିନ୍ନ ସରକାରୀ କାମ ହୋଇ ପାରୁନଥିବା ବେଳେ ରୋଗୀ ଓ ପ୍ରସୂତୀ ମହିଳାଙ୍କୁ ଜରୁରୀ କାଳୀନ ସେବା ଯୋଗାଇ ଦେବାରେ ମଧ୍ୟ ଅସୁବିଧା ହେଉଛି । ଉକ୍ତ ଟାୱାର କାର୍ଯ୍ୟକ୍ଷମ ହେଲେ ଗସାନାଜୁ ସମେତ ନିକଟବର୍ତ୍ତୀ ବେହାଡାଡି, ଗସୁକିଆ, ଡିମିସିଙ୍ଗିଆ, ଜୁରୁକୁପୁଡା, କୁସାକୁପୁଡା ଓ ଲେଙ୍ଗେରିସୁକା ଦାରିଙ୍ଗିବାଡ଼ି ବ୍ଲକର ଅନ୍ୟ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡ଼ିକ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ । ଏନେଇ ଗ୍ରାମବାସୀ ତଥା ପୂର୍ବତନ ସରପଞ୍ଚ ବିଜୟ ମଲ୍ଲିକ, ମହାଦେବ ମଲ୍ଲିକ, ଗ୍ରାମବାସୀ ବକ୍ସି ମଲ୍ଲିକ, ରାମଚନ୍ଦ୍ର ସାଣ୍ଢ, ଦିଲିପ ମଲ୍ଲିକ, ରଞ୍ଜିତା ମଲିକ, ବନୀତା ପ୍ରଧାନ, ସୁଭଦ୍ରା ବିନ୍ଧାଣୀ, ଆକାଶ ଦିଗାଲ, ଜନାର୍ଦ୍ଦନ ପ୍ରଧାନ ଓ ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀଗଣ ସମେତ ସମସ୍ତ ଅଞ୍ଚଳ ବାସୀ ଯୁଦ୍ଧ କାଳୀନ ଭିତ୍ତିରେ ମୋବାଇଲ ନେଟୱାର୍କ ସେବା ଯୋଗାଇ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ ଦାବି କରିଛନ୍ତି ।