ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ……

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଳା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ୧୧ନଂ ଜୋନ ବ୍ରାହ୍ମଣୀ ଠାରେ  ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସଭାପତି ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ବରେ ସ୍ଥାନୀୟ ସିପିଏସଡବ୍ଲୁ ପରିସରରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ପୂର୍ବତନ ଉପ ବାଚସ୍ପତି ତଥା ବିଧାୟକ ସାଲୁଗା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିଲେ । ସରକାର ପରିବର୍ତ୍ତନ ହେବାର ଦୀର୍ଘ ଦୁଇବର୍ଷ ପରେ ଆଜି ୮ଗୋଟି ପଞ୍ଚାୟତର ବଛାବଛା କର୍ମୀମାନେ ଏକାଠି ହୋଇ ଦଳର ସ୍ଥିତି ଓ ରାଜ୍ୟ ରାଜନୀତି ଏବଂ ଗତ ନିର୍ବାଚନରେ ଦଳର ସଫଳତା ଓ ବିଫଳତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଆଗମୀ ତ୍ରି ସ୍ତରୀୟ ନିର୍ଵାଚନକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ଦଳକୁ ମଜଭୁତ କରିବାକୁ ହେଲେ  କଣ ସବୁ ପଦକ୍ଷେପ ଗ୍ରହଣ କରିବାକୁ ହେବ ଏବଂ କର୍ମୀମାନଙ୍କ ଦାୟିତ୍ଵ କର୍ତ୍ତବ୍ୟ କଣ ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । କର୍ମୀମାନେ ନିଜ ନିଜ ମତାମତ ଦେବା ପରେ ପୂର୍ବତନ ଉପ ବାଚସ୍ପତି ତଥା ବିଧାୟକ ପୂର୍ବତନ ଶ୍ରୀ ପ୍ରଧାନ ବର୍ତ୍ତମାନର ସରକାର କିଭଳି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି, ଉନ୍ନୟନ ମୂଳକ କାର୍ଯ୍ୟ ପରିବର୍ତ୍ତେ, ରଙ୍ଗ ବଦଳାଇବାରେ ବ୍ୟସ୍ତ ରହୁଛନ୍ତି, କିଭଳି ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଛି ଶିକ୍ଷା ସ୍ଵାସ୍ଥ୍ୟ ଗମନାଗମନ ଓ ଅନ୍ୟାନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ସେ ସମସ୍ତ ବିଷୟରେ ଚର୍ଚା କରିବା ସହ ଦଳକୁ କିଭଳି ମଜଭୁତ୍ ସ୍ଥିତିକୁ ଫେରାଇ ଆଣିବେ ଓ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବେ ସେନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବ ମୂର୍ତ୍ତି ଓ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ବରିଷ୍ଠ କର୍ମୀ ତଥା ପୂର୍ବତନ ପଞ୍ଚାୟତ ସଭାପତି ମାରିଆନ୍ ଉଠାଣ ସିଂ ଓ ଯୁଗଳ କିଶୋର ସିଂ (କିନ) ଦଳରେ ସାମିଲ ହୋଇ ଥିଲେ ସେମାନଙ୍କୁ ଶ୍ରୀ ପ୍ରଧାନ ଦଳୀୟ ଚିହ୍ନ ଦେଇ ସ୍ୱାଗତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷ  ସୁଶାନ୍ତ କୁମାର ପ୍ରଧାନ, ପୁର୍ବତନ ବ୍ଲକ୍ ବିଜେଡ଼ି ସଭାପତି ଦିଲ୍ଲୀପ କୁମାର  ପ୍ରଧାନ, ବ୍ରାହ୍ମଣୀଗାଁ ଲ୍ୟାମ୍ପ ସଭାପତି ଶ୍ରୀମତୀ ନୀଳମତି ମଳିକ, ଜିଲ୍ଲା ସମ୍ପାଦକ ବାବୁନି ପଣ୍ଡା, ତାଜୁଙ୍ଗିଆ  ଅକ୍ଷୟ କମାର ନାୟକ, ଜିଲ୍ଲା କାର୍ଯ୍ୟକର୍ତ୍ତା ଦୀପକ ସାହୁ, ଚିତ୍ରସେନ ପାତ୍ର, ବିରଞ୍ଚି ବିଷୋୟୀ, ସୁରଥ ବଡ଼ ନାୟକ, ରମେଶ ମାଝୀ, ପ୍ରଶାନ୍ତ ନାୟକ, ଦେବଚନ୍ଦ୍ର ମଲିକ୍, ଫେଲି ସିଂ, ବସନ୍ତ ପ୍ରଧାନୀ, ବାଉରୀ ପାତ୍ର ସମେତ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ଅକ୍ଷୟ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ ଏବଂ ପ୍ରଶାନ୍ତ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।