ସିମନବାଡ଼ି ସରକାରୀ ହାଇସ୍କୁଲରେ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ…..

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବନାଞ୍ଚଳ ତରଫରୁ ବୁଧବାର ନୂତନ ଭାବେ ଯୋଗ ଦେଇଥିବା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସିମନବାଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରତି ବର୍ଷ ଭଳି ଜୁଲାଇ ମାସର ପ୍ରଥମ ସପ୍ତାହର ସାତ ଦିନକୁ ବନ ମହୋତ୍ସବ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ପ୍ରଧାନ ଓ ଅନ୍ୟ ଅତିଥିମାନେ ବୃକ୍ଷ ରୋପଣ, ଜଙ୍ଗଲ ରକ୍ଷା ଓ ପରିବେଶ ସୁରକ୍ଷା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଆଜିର ଏହି ଯୁଗରେ ‘ଏକ ପେଡ୍ ମା କେ ନାମ୍ ” ଅନୁଯାୟୀ ସବୁଆଡ଼େ ଏହି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇ ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ କିସମର ଵୃକ୍ଷ ଚାରା ରୋପଣ କରିଥିଲେ । ଆତ, ନିମ୍ବ, ଆମ୍ବ, ଜାମୁ, ପିଜୁଳି, ସମେତ ବିଭିନ୍ନ ପ୍ରକାର ଔଷଧୀୟ ଚାରାରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ସିମନବାଡି ସେକ୍ସନର ବନପାଳ ବନିତା ପ୍ରଧାନ, ବନରକ୍ଷୀ ରାହୁଲ କୁମାର, କୁମୁଦ ଚନ୍ଦ୍ର ବେହେରା,ବନମାଳୀ ଗୌଡ଼, ସିମନବାଡ଼ି ସେକ୍ସନ ର ବନପାଳ ବନିତା ପ୍ରଧାନ, ବନରକ୍ଷୀ ରାହୁଲ କୁମାର, କୁମୁଦ ବେହେରା ପ୍ରମୁଖ ସାମିଲ ହୋଇ ପ୍ରମୁଖ ଯୋଗଦେଇ ଚାରା ରୋପଣରେ ସହଯୋଗ କରିଥିଲେ ।