ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସର୍କଲର ରାଜସ୍ୱ ନିରୀକ୍ଷକ ଭାବେ ରଞ୍ଜିତ୍ କୁମାର କହଁରଙ୍କ ଅନ୍ୟତ୍ର ବଦଳି ହେବା ପରେ ବୀରେନ୍ଦ୍ର କହଁର ନୂତନ ରାଜସ୍ଵ ନୀରିକ୍ଷକ ଭାବେ ବୁଧବାର ଦିନ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେହିପରି ଗଦାପୁର ସର୍କଲ ପାଇଁ ରାଜସ୍ବ ନିରୀକ୍ଷକ ଭାବେ ସୁଜିତ୍ କୁମାର ବେହେରା କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଅଞ୍ଚଳରେ ରହିଥିବା ବିଭିନ୍ନ ଜମିଜମା ସମସ୍ୟା, ଆବଶ୍ୟକୀୟ ପ୍ରମାଣ ପତ୍ର ପ୍ରଦାନ, ରାଜସ୍ବ ଆଦାୟ କ୍ଷେତ୍ରରେ ସରକାରଙ୍କ ଆଇନ ଓ ନିର୍ଦ୍ଧେଶ ଅନୁଯାଇ ଅଞ୍ଚଳ ବାସୀଙ୍କୁ ଉତ୍ତମ ସେବା ପ୍ରଦାନ କରିବେ ବୋଲି କହିଛନ୍ତି । ଅଞ୍ଚଳ ବାସୀଙ୍କ ପକ୍ଷରୁ ଉଭୟ ଅଧିକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।