ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ୭୭ତମ ବନମହୋସ୍ଛବ ସପ୍ତାହ ପାଳିତ, ଋଷିମାଳ ଡିଗ୍ରୀ ମହା ବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଦାରିଙ୍ଗବାଡି(ଅଶୋକ ସିଂ): ୭୭ତମ ବନମହୋସ୍ଛବ ସପ୍ତାହ ପାଳନ ଅବସରରେ ବାଲିଗୁଡ଼ା ବନ ଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ବରେ ଋଷିମାଲ ଡିଗ୍ରୀ ମହାବିଦ୍ୟାଳୟ  ପରିସରରେ ମାଙ୍କ ନାମରେ ଗଛଟିଏ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଋଷିମାଲ ଡିଗ୍ରୀ ମହାବିଦ୍ୟାଳୟ  ଅଧିନସ୍ଥ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡ଼କ୍ରସର  ମିଳିତ ସହଯୋଗରେ ବନାଞ୍ଚଳ ଅଧିକାରୀ ଶ୍ରୀ ହରିହର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣର ମହତ୍ୱ ଏବଂ ଗୁରୁତ୍ୱ ଓ ସୁରକ୍ଷା  ଦିଗରେ ସଚେତନ କରାଇଥିଲେ l ଅନୁଷ୍ଠାନର ଅଧକ୍ଷ ଡ଼ଃ ଭାସ୍କର ଚରଣ ନାୟକଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ପରିସର ସଫା ସୁତୁରା କରାଯାଇ ଜୈବିକ ଖତ ବ୍ୟବହାର କରି ବୃକ୍ଷରୋପଣ କରିବା ପାଇଁ ସଚେତନର ବାର୍ତା ପ୍ରଦାନ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦେବରାଜ ବଳିୟାରସିଂ, ଇତିହାସ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା  କାର୍ଯ୍ୟକ୍ରମ ଅଧିକାରୀ  ଅକ୍ଷୟ କୁମାର ବେହେରଦଳେଇ, ଯୁବ ରେଡକ୍ରସ (YRC)ର କାଉନସିଲର ସୁଜ୍ଞାନ ସାହୁ, ବନରଖି ଶ୍ରୀରାମ ପଣ୍ଡା, ଫୋରେଷ୍ଟର କପିଳେଶ୍ୱର ପାତ୍ର, ଅଧ୍ୟାପିକା ଶ୍ରୀମତୀ ଲଳିତା ସିଂ, ଅମିତ ନାୟକ, ବିମଲ ବସ୍ତିରାୟ, ଶଶୀଧର ପାଟ୍ଟମାଝୀଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇ ଥିବା ବେଳେ ସ୍ବେଛାସେବୀ ଓ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଶତାଧିକ ବୃକ୍ଷ ଚାରା ରୋପଣ କରାଯାଇଥିଲା ।