ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପୁଲିସ୍ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଛି । ଥାନା ଆଇ ଆଇ ସି ବିଜୟ କୁମାର ହାଇବୁରୁଙ୍କ ନିର୍ଦ୍ଧେଶରେ ଏ ଏସ ଆଇ ରାଜେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସୁରକ୍ଷା କର୍ମୀ ସାମିଲ ହୋଇ ସ୍ଥାନୀୟ ସେଣ୍ଟ ଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛକ ନିକଟରେ ଗାଡ଼ି ମୋଟର ଯାଞ୍ଚ କରିଥିଲେ l ବିନା ହେଲମେଟରେ ଗାଡିଚଳନା, ନିଶା ସେବନ କରି ଗାଡ଼ି ଚାଳନା, ସିଟ୍ ବେଲ୍ଟ ଆଦି ଯାଞ୍ଚ କରାଯାଇ ଥିବା ବେଳେ ଅମାନିଆଙ୍କ ଠାରୁ ସିଧା ସଳଖ ଚାଲାଣ କଟା ଯାଇ ଥିଲା ।