ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ସ୍ମାରକ ପତ୍ର ପ୍ରଦାନ କଲେ ଜାତୀୟ ମହିଳା ମଞ୍ଚର ସଦସ୍ୟା….

ଅନୁସନ୍ଧାନ ଭାରତ(ବ୍ୟୁର): ପିସିସି ସଭାପତି ଭକ୍ତ ଚରଣ ଦାସଙ୍କୁ ଜାତୀୟ ମହିଳା ମଞ୍ଚର ଏକ ପ୍ରତିନିଧି ଦଳ ସାକ୍ଷାତ କରି ବିଭିନ୍ନ ଦାବୀ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ପତ୍ରରେ 33% ମହିଳା ଆରକ୍ଷଣ ବିଲ ଲାଗୁ କରିବା, ଡ଼ିଲିମିଟେସନ ସହ ମହିଳା ଆରକ୍ଷଣକୁ ପୃଥକ କରିବା ଆଦି ଦାବୀ ଅନ୍ତର୍ଭୁକ୍ତ l ଆଗାମୀ 20 ତାରିଖ ସଂସଦ ଆରମ୍ଭ ହେବ ଏବଂ ଏହି ଦିନ ସମସ୍ତ ରାଜ୍ୟର ରାଜଭବନ ସାମ୍ନାରେ ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିବା କାର୍ଯ୍ୟକ୍ରମ ଅଛି l ମଞ୍ଚର ପ୍ରତିନିଧି ଦଳ ଇଣ୍ଡିଆ ମେଣ୍ଟର ରାଜନୈତିକ ଦଳଙ୍କ ସହ ସାକ୍ଷାତ କରି ସମର୍ଥନ ଲୋଡିଛନ୍ତି l ପିସିସି ସଭାପତି ଶ୍ରୀ ଦାସ ମଞ୍ଚର ସଦସ୍ୟାଙ୍କୁ ସ୍ୱାଗତ କରିବା ସହ ବିକ୍ଷୋଭ କାର୍ଯ୍ୟକ୍ରମକୁ କଂଗ୍ରେସ ପୂର୍ଣ୍ଣରୁପରେ ସମର୍ଥନ ଦେବ ଏବଂ ଆବଶ୍ୟକ ସହଯୋଗ କରିବ ବୋଲି ପ୍ରକାଶ କରିଛନ୍ତି l ଏହି ପ୍ରତିନିଧି ଦଳରେ ମାର୍କବାଦୀ କମ୍ୟୁନିଷ୍ଟ ଦଳର ସମ୍ପାଦକ ସୁରେଶ ପାଣିଗ୍ରାହୀ, ପ୍ରଫେସର ଆଶା ହଂସ, ତାପସୀ ପ୍ରହରାଜ, ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ, କସ୍ତୁରୀ ମହାପାତ୍ର, ଭାନୁମତି ରେଡ୍ଡୀ ପ୍ରମୁଖ ସାକ୍ଷାତ କାର୍ଯ୍ୟକ୍ରମରେ ଭାଗ ଦେଇଥିଲେ l