ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର କତିଙ୍ଗିଆ ଗ୍ରାମପଂଚାୟତ ଠାରେ ଆଜି ବ୍ଲକ୍ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସତ୍ୟ ନାରାୟଣ ମିଶ୍ର ଯୋଗ ଦେଇ ଜନ ସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ମୋଟ ଆଠୋଟି ଅଭିଯୋଗ ମଧ୍ୟରୁ ଭତ୍ତା ବାବଦରେ ଅଭିଯୋଗ ତିନିଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅଭିଯୋଗ ଦୁଇଟି ଓ ସୁଭଦ୍ରା ଯୋଜନାରେ ନାମ ସଂଯୋଗ, ମାଯୁମାହା ରାସ୍ତା ନିର୍ମାଣ, ସୋଲାର ପ୍ୟାନେଲ ଭାଙ୍ଗିଥିବା ସହ ଜଳ ଯୋଗାଣ ବନ୍ଦର ଅଭିଯୋଗ ଗୋଟାଏ ଲେଖାଏଁ ର ଶୁଣାଣି କରିଥିଲେ । ଏହି ସମୟରେ ଗ୍ରାମ ପଞ୍ଚାୟତ ଅଫିସରଙ୍କ ସମତେ ବହୁ ପଦାଧିକାରୀ ଉପସ୍ଥିତ ରହିଥିଲେ ।