ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୁଲିସ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ଉଦୟଗିରି ଥାନା ଇଲାକାର ଜୁନେସ ଦିଗାଲ ଓ ରାଇକିଆ ଥାନା ଇଲାକାର ପ୍ରଭାକର ଦିଗାଲ । ପୁଲିସ ସେମାନଙ୍କ ନିକଟରୁ ୩୨.୨୦୦ କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ମୋବାଇଲ, ୨ ହଜାର ଟଙ୍କା ଜବତ କରିଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏନେଇ କେସ୍ ନମ୍ୱର୍ ୬୩୭ ରେ ଏକ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ ଏସଆଇ ସମୀର କୁମାର ସେଠୀ ଦଦରଲୁଣ୍ଡା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଦୁଇଜଣ ବ୍ୟକ୍ତି ଟ୍ରଲି ବ୍ୟାଗ୍ ଧରି ଦଦରଲୁଣ୍ଡା ବସଷ୍ଟପ ଠାରେ ଠିଆ ହୋଇଥିଲେ । ଯାଞ୍ଚ କରିବା ସମୟରେ ସେମାନେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଦୁଇ ଜଣଙ୍କୁ ପୁଲିସ କାବୁ କରିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିବା ସମୟରେ ଗଞ୍ଜେଇ ମିଳିଥିବା ଥାନା ଅଧିକାରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।