ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ ପି. ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷା ପି.କୁନିଆମା ଦୋରା ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ରୂପେ ମୁଜାଗଡ ବନାଞ୍ଚଳର ଫରେଷ୍ଟର ରାଜେନ୍ଦ୍ର ନାରାୟଣ ଦଳେଇଙ୍କ ସମେତ ସମ୍ମାନିତ ଅତିଥି ରୂପେ ଫରେଷ୍ଟଗାର୍ଡ ସୁଶାନ୍ତ କୁମାର ମିଶ୍ର, ଗଣେଶ ଦାସ, ଦାସ୍ମତ୍ ସୋରେନ୍, ସନମ୍ କହଁର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଜାଇକା ପ୍ରକଳ୍ପ ଅଧୀନରେ କାର୍ଯ୍ୟ କରୁଥିବା ଏନ.ଜି.ଓ ସଦସ୍ୟ ଶଙ୍କର ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀ ଓ ସର୍ବସାଧାରଣଙ୍କୁ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । କର୍ଯ୍ୟକ୍ରମକୁ ଅଧ୍ୟାପକ ତ୍ରିନାଥ ବେହେରା ସଂଯୋଜନା କରିଥିବା ବେଳେ ଇକୋ କ୍ଳବ୍ ସଂଯୋଜିକା ତଥା ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ଦାସ୍, ଅଧ୍ୟାପିକା ସଙ୍ଗୀତା ସ୍ୱାଇଁ,ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତିମାଳା ପ୍ରିୟଦର୍ଶିନୀ,ସହକାରୀ ଶିକ୍ଷୟିତ୍ରୀ ସୁଜାତା ପ୍ରଧାନ ଓ ମଞ୍ଜୁଲତା ନାୟକ ପ୍ରମୁଖଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଶତାଧିକ ଚାରରୋପଣ କରଯାଇଥିଲା । ଏଥିରେ ଅନୁଷ୍ଠାନର ଏନ୍.ସି.ସି, ସ୍କାଉଟ ଗାଇଡ ଏବଂ ସମସ୍ତ ହାଉସ୍(ରେଡ୍, ଗ୍ରୀନ୍, ୟେଲୋ, ବ୍ଲିଉ)ର ଛାତ୍ରଛାତ୍ରୀ ତଥା ହାଉସ୍ ମାଷ୍ଟର ବୃନ୍ଦ ସହଯୋଗ କରିଥିଲେ । ପରେ “ମାଆଙ୍କ ପାଇଁ ଗଛଟିଏ” କାର୍ଯକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କୁ ଚାରା ବଣ୍ଟନ କରାଯିବା ସହ ଏହାକୁ ଘର ବାରିପଟେ ଲଗାଇ ଯତ୍ନ ନେବାକୁ ଉପସ୍ଥିତ ଅତିଥି ବୃନ୍ଦ ଓ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥଲେ । ପୂର୍ବରୁ ଅନୁଷ୍ଠିତ ବନ ମହୋତ୍ସବ ସମ୍ବନ୍ଧୀୟ କୁଇଜ୍, ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର କୃତୀ ଶିକ୍ଷାର୍ଥୀଙ୍କୁ ଟ୍ରଫି ସହ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ପରେ ଅନୁଷ୍ଠାନର ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ “ଗଛର ଡାକ” ଶୀର୍ଷକ ଏକ କ୍ଷୁଦ୍ର ସଚେତନତାଧର୍ମୀ ନାଟକ ପରିବେଷଣ କରିଥିଲେ । ଏହି କାର୍ଯକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅଣ-ଶୈକ୍ଷିକ କର୍ମଚାରୀ, ଜଙ୍ଗଲ ବିଭାଗର ସ୍କ୍ୱାର୍ଡ ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହି ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଉଷାରାଣୀ ଦାସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।