କୋଟଗଡ(ଦିପେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା କୋଟଗଡ ପୁଲିସ ପକ୍ଷରୁ କୋଟଗଡ ଥାନା ପରିସରରେ ନିଶାମୁକ୍ତ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କୋଟଗଡ ଥାନା ଅଧିକାରୀ ସମ୍ବିତ କୁମାର ସ୍ଵାଇଁ ଅଧକ୍ଷତା କରି ନିଶାମୁକ୍ତ ଓଡିଶା ଉଦ୍ଦେଶ୍ୟରେ କାର୍ଯ୍ୟକାରିତା ନେଇ ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଟଗଡର ଏବଂ ଆଖ ପାଖ ଗାଁ ଗଣ୍ଡାର ପ୍ରାୟ ୫୦ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ରହିଥିଲେ I ଦେଶୀମଦ କାରବାର ବ୍ୟବସାୟୀ, ଗଂଜେଇ ଚାଷୀ ଓ ନିଶାଢୀ କିପରି ନିଶା ଛାଡି ଉତ୍ତମ ପରିବେଷକୁ କିପରି ଫେରି ଆସିବେ ସେ ନେଇ ପ୍ରୟାସ ଜାରି ରଖିଥିବା କହିଛନ୍ତି କୋଟଗଡ ଥାନା ଅଧିକାରୀ l ନିଶା କାରବାର ନେଇ ଓଡିଶା ପୁଲିସ ପକ୍ଷରୁ ଡ୍ରାଇଭ ସପ୍ତାହ ମଧ୍ୟ ପାଳନ ହୋଇଛି l ଆଉ ଯଦି ଆଗକୁ ଯେକୌଣସି ପଦକ୍ଷେପ ନେବା ଆବଶ୍ୟକ ହୁଏ ତେବେ ପୁଲିସ ପ୍ରଶାସନ ନେବାକୁ ପ୍ରସ୍ତୁତ ଥିବା କହିଛନ୍ତି ସ୍ଥାନୀୟ କୋଟଗଡ ଥାନା ଅଧିକାରୀ, ଏଏସଆଇ ଓ କୋଟଗଡ ଥାନାରେ ଥିବା ସବୁ ପୁଲିସ କର୍ମଚାରୀ l