ଦାରିଙ୍ଗବାଡି(ଅଶୋକ ସିଂ): ଜାତୀୟ ଡାକ୍ତରୀ ଦିଵସରେ ଓଡ଼ିଶା ରାଜ୍ୟର ବିଭିନ୍ନ ଡ଼ାକ୍ତର ଖାନାରେ କାର୍ଯ୍ୟରତ ଡାକ୍ତରମାନେ ୧୦ ଦଫା ଦାବୀକୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଛନ୍ତି l ଯାହା ଫଳରେ ରୋଗୀ ସେବା ପ୍ରଭାବିତ ହୋଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧିନରେ ଥିବା ଡାକ୍ତରଖାନା ଗୁଡ଼ିକରେ ଡାକ୍ତରଙ୍କ ଅଭାବ ଥିବା ବେଳେ ଯେଉଁ ଡାକ୍ତରମାନେ ରୋଗୀ ସେବା ଯୋଗାଇ ଆସୁ ଥିଲେ ସେମାନେ ଆନ୍ଦୋଳନରେ ସାମିଲ ହୋଇ ଥିବାରୁ ଦାରିଙ୍ଗବାଡି ବ୍ଲକ୍ ଅଞ୍ଚଳରେ ରୋଗୀ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ଯେଉଁ ଡାକ୍ତର ଖାନାରେ ଆୟୁଷ୍ ଡାକ୍ତର ଅଛନ୍ତି ସେମାନେ ରୋଗୀ ସେବା ପ୍ରଦାନ କରୁଥିବା କୁହାଯାଉ ଥିବା ବେଳେ ଜରୁରୀ କାଳୀନ ପରିସ୍ଥିତିରେ ଗର୍ଭବତୀ ପ୍ରସୂତି, ଶିଶୁ ତଥା ଜରୁରୀ ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା ଓ ଡାକ୍ତରଙ୍କ ପରାମର୍ଶ ପାଇବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ବ୍ଲକ୍ ଅଞ୍ଚଳର ବ୍ରାହ୍ମଣୀଗାଁ, ଗଦାପୁର , ମାର୍ଦିପଙ୍କା, ସିକରମାହା, ବୁଡ଼ାଗୁଡ଼ା, ସିମନବାଡ଼ି ଆଦି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ରୋଗୀ ସେବା ପ୍ରଭାବିତ ହୋଇଛି । ରାଜ୍ୟ ସରକାର ଡାକ୍ତରମାନଙ୍କ ନ୍ୟାୟଚିତ ଦାବୀକୁ ପୂରଣ ନକଲେ ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିବ l ଏଣୁ ଜନ ସାଧାରଣ ସହଯୋଗ କରିବାକୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡାକ୍ତର ଯାକେଶ ସାମନ୍ତ ରାୟ ନିବେଦନ କରିଛନ୍ତି ।