ପୋଡିଲା ଟ୍ରାନସଫର୍ମର, ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ହେଲା ଅନ୍ଧାରରେ ମାର୍ଦିପଙ୍କା ବାସୀ…

ଦାରିଙ୍ଗବାଡ଼ି(ଆଶୋକ ସିଂ): ଗ୍ରୀଷ୍ମ ଅବକାଶରେ ବିଦ୍ୟୁତ୍ କାଟ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କାଳ ବୈଶାଖୀ ପ୍ରଭାବରେ ଗୋଟିଏ ଗ୍ରାମର ଦୁଇ ଦୁଇଟି ଟ୍ରାନସଫର୍ମର ପୋଡ଼ି ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି ଗ୍ରାମବାସୀ ଅନ୍ଧାରରେ କାଳ କାଟୁ ଥିବା ଅଭିଯୋଗ ହେଇଛି । କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସରାମୁଳି ପଞ୍ଚାୟତର ମାର୍ଦିପଙ୍କା ଗ୍ରାମରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ବିଜୁଳି ଘଡ଼ଘଡ଼ିରେ ଦୁଇ ଦୁଇଟି ଟ୍ରାନସଫର୍ମର ପୋଡ଼ି ଯିବା ଫଳରେ ମାର୍ଦିପଙ୍କା ଗ୍ରାମବାସୀ ବିଦ୍ୟୁତ୍ ସେବା ପାଇବାରୁ ବଞ୍ଚିତ ଥିବା ନେଇ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ଵାର ଅବଗତ କରା ଯାଇ ଥିଲେ ବି ଏକ ସପ୍ତାହରୁ ଅଧିକ ଦିନ ହେଲା ଅନ୍ଧାରରେ ରହିଛନ୍ତି ଗ୍ରାମବାସୀ । ମାର୍ଦିପଙ୍କା ଗ୍ରାମରେ ବିଦ୍ୟୁତ୍ ନ ଥିବାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ବାଧା ସୃଷ୍ଟି ହେଉଥିବା ଡାକ୍ତର ଏବଂ ନର୍ସ କର୍ମଚାରି ଦୁଃଖ ପ୍ରକାଶ କରୁଛନ୍ତି । ଏହି ସୂଚନା ଅନୁଯାଇ ଗୋଟିଏ ସପ୍ତାହରୁ ଅଧିକ ଦିନ ବିଦ୍ୟୁତ୍ ଠପ୍ ହୋଇଥିବାରୁ ସ୍କୁଲ ଛାତ୍ରଛାତ୍ରି ପାଠ ପଢ଼ା  ଏବଂ ପିଇବା ପାଣି ଓ ଜରୁରୀ କାମ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ବିଦ୍ୟୁତ୍‌ କର୍ମଚାରିକୁ ବାରମ୍ଵାର ଅଭିଯୋଗ କଲେ ବି ବିଭାଗ ଅଧିକାରୀମାନେ କୌଣସି ପଦକ୍ଷେପ ନେଉନଥିବାରୁ ମାର୍ଦ୍ଧିପଙ୍କା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲା ପ୍ରସାଶନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ବିଦ୍ୟୁତ୍ ସମସ୍ୟାର ସମାଧାନ କରିବାକୁ ଦାବୀ କରିଛନ୍ତି ନଚେତ୍ ଆଗମୀ ଦିନରେ ଦାରିଙ୍ଗବାଡ଼ି ବ୍ଳକ୍ ଘେରାଓ କରିବୁ ବୋଲି ଚେତାବନୀ ଦେଇଛନ୍ତି ।