୫୫ ଲିଟର ଦେଶୀ ମଦ ଜବତ ୩୦୦ ଲିଟର ଦେଶୀ ମହୁଲି ପୋଚନଷ୍ଟ ୨ବାଇକ ୨ମୋବାଇଲ ଜବତ, ୨ ମହିଳାଙ୍କୁ ନୋଟିସ ଦେଇ ଛାଡ଼ିଲା ପୁଲିସ….

ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପୁଲିସ ପକ୍ଷରୁ ଚଢ଼ାଉ କରି ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ବସ ଷ୍ଟାଣ୍ଡ ଅଞ୍ଚଳରୁ ଦୁଇ ଜଣ ମହିଳାଙ୍କ ଘରୁ ୫୫ ଲିଟର ଦେଶୀ ମହୁଲି ମଦ ଜବତ ସହିତ ୩୦୦ ଲିଟର ଦେଶୀ ମଦ ପୋଚ ନଷ୍ଟ କରି ଦୁଇ ଜଣଙ୍କ ଠାରୁ ଗୋଟିଏ ସ୍କୁଟି ଗୋଟିଏ TVS ଆପାଚେ ବାଇକ ୨ଟି ଦାମୀ ମୋବାଇଲ ଜବତ କରିଛି ଦାରିଙ୍ଗବାଡ଼ି ପୁଲିସ l ଥାନା ତରଫରୁ ମିଳିଥିବା ସୂଚନା ପ୍ରକାରେ ବସ ଷ୍ଟାଣ୍ଡ ଅଞ୍ଚଳରେ ବେଆଇନ ଦେଶୀ ମଦ ବିକ୍ରି ହେଉଥିବା ନେଇ ସୂଚନା ମିଳିବା ପରେ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୋମବାର ରାତିରେ ସଦଳବଳେ ବସ ଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି ସେହି ଅଞ୍ଚଳର ଦୁଇ ମହିଳାଙ୍କୁ ବେଆଇନ ମଦ କାରବାର କରୁଥିବା ବେଳେ ଧରା ପଡ଼ି ଥିଲେ l ସେମାନଙ୍କ ମଧ୍ୟରୁ ସଞ୍ଜୁ ନାୟକଙ୍କ ଘରୁ ୩୦ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଗୋଟିଏ ସ୍କୁଟି ଗୋଟିଏ vivo ମୋବାଇଲ ଓ ୩୦୦ ଲିଟର ମହୁଲ ପୋଚକୁ ନଷ୍ଟ କରିଥିବା ବେଳେ ସେହି ସାହିର ସୁନମା ନାୟକଙ୍କ ଘରୁ ୨୫ ଲିଟର ଦେଶୀ ମହୁଲି ମଦ ଜବତ ସହିତ ଗୋଟିଏ TVS APACHE ବାଇକ ଗୋଟିଏ Oppo ମୋବାଇଲ ଜବତ କରି ଦାରିଙ୍ଗବାଡ଼ି ଥାନାରେ କେଶ ନମ୍ବର ୧୬୦/୨୬ ଓ ୧୬୧ /୨୬ରେ ଦୁଇ ମାମଲା ରୁଜୁ କରି ଦୁଇଜଣ ମହିଳାଙ୍କୁ ନୋଟିସ ଦେଇ ଛାଡ଼ି ଥିବା ନେଇ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି l