ମୋବାଇଲ ଛଡାଇ ନେବା ଅଭିଯୋଗରେ ୨ଗିରଫ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଭେଜିପୁଟ ନୂଆସାହି ନିକଟରୁ ଜଣେ ଯୁବକଙ୍କ ମୋବାଇଲ ଛଡାଇ ନେବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବଳରାମ ପାତ୍ର ଏବଂ ନୟାଗଡ ଜିଲ୍ଲା ଦୁର୍ଗାପ୍ରସାଦ ଗ୍ରାମର ବିଜୟ କୁମାର ପ୍ରଧାନ । କେସ ନମ୍ବର ୫୮୪/୨୬ର ତଦନ୍ତ କରି ଆଜି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ମଟରସାଇକଲ ଏବଂ ମୋବାଇଲ ଜବତ କରିବା ସହ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଗତ ୧୩ ତାରିଖ ଦିନ ଭେଜିପୁଟ ଅଞ୍ଚଳର ଶୁଭ୍ରପ୍ରତିକ ପାଢୀ ରାତି ପ୍ରାୟ ସାଢେ ୯ ଟା ସମୟରେ ନିଜ ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଅଜଣା ଯୁବକ ଏକ ମଟରସାଇକଲରେ ଆସି ତାଙ୍କର ଆଇ ଫୋନକୁ ଝାମ୍ପି ନେଇଥିଲେ । ଏଥିସହ ତାଙ୍କୁ ଆକ୍ରମଣ କରିଥିବା ନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଏସ୍‌ଆଇ ସମୀର କୁମାର ସେଠୀ ଏହି ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ନେଇଯାଇଥିବା ମୋବାଇଲ ଉଦ୍ଧାର କରିଥିବା ଥାନା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।