ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଳକ ପରିସରରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ବିକାଶ ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ କ୍ଷେତ୍ରକୁ ନେଇ ଆସନ୍ତା ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆଜି ପ୍ରଥମ ଦିନରେ ଜାତି ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଛି । ଏହି ଦୁଇ ବର୍ଷ ମଧ୍ୟରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସଂର୍ପକରେ ଆଲୋଚନା ହୋଇଥିଲା । ବିଶେଷ କରି ଜାତି ଜନଜାତି ସଂପ୍ରଦାୟର ଲୋକଙ୍କ ପାଇଁ ସରକାର କରିଥିବା ଯୋଜନା ଗୁଡିକର କିଭଳି ସେମାନେ ସୁଫଳ ପାଇବେ ସେଦିଗରେ ସଚେତନ କରାଯାଇଥିଲା । ଏଥିସହ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଚୟନ ହୋଇଥିବା ମୁଦୁଲିପଲ୍ଲୀ, ତୁରୁମୁ, ବିଞ୍ଜଗିରି ଭଳି ଗ୍ରାମ ଗୁଡିକରେ ରାସ୍ତା, ଆଲୋକ, ପାନୀୟ ଜଳ ଭଳି ମୌଳିକ ସୁବିଧାକୁ କିଭଳି ଲୋକଙ୍କ ପାଖରେ ପହଞ୍ଚା ଯାଇଛି ସେ ସଂର୍ପକରେ ଅତିଥିମାନେ ପ୍ରକାଶ କରିଥିଲେ । ଏଥିସହ ସ୍ବତନ୍ତ୍ର ଭାବେ କାନବିନ୍ଧା ଓ ରାଇପଲ୍ଲୀକୁ ଗୁରୁତ୍ବ ଦିଆଯାଉଥିବା ବିଡିଓ ଭାରତୀ ଦେବୀ ପ୍ରକାଶ କରିଥିଲେ । ଏଥିରେ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ, ଯୋଗାଣ ଅଧିକାରୀ ବନଜା ଶୁଭଶ୍ରୀ ଜେନା,ଏବିଇଓ ଗଜେନ୍ଦ୍ର ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସ୍ବାଗତିକା ଦାସ ସଂଯୋଜନା କରିଥିଲେ । ଏଥିରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ପ୍ରାୟ ୧୪୦ ଜଣ ଯୋଗଦେଇଥିଲେ ।