ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ତାଯୁଙ୍ଗିଆ ପଞ୍ଚାୟତ ପଦା ସାହି ନିବାସୀ ଅକ୍ଷୟ କୁମାର ମଲ୍ଲିକଙ୍କ ପୁଅ ଗ୍ରେସ କୁମାର୍ ମଲ୍ଲିକ (୧୫) । ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ରେସ ଋତୁଙ୍ଗିଆ ହାଇସ୍କୁଲରେ ପାଠ ପଢୁ ଥିଲେ l ସେ ୯ମ ଶ୍ରେଣୀ ପାସ୍ କରି ୧୦ମ ଶ୍ରେଣୀରେ ଜଏନ କରିଥିଲେ l ଖରାଛୁଟି କଟାଇବା ପାଇଁ ଘାରକୁ ଆସିଥିଲେ l ବୁଧବାର ଦିନ ବଡିଭୋରରୁ ବାପା ବିଲରେ ହଳ କରିବାକୁ ଯାଇ ଥିବା ବେଳେ ମା ଘର କାମ ରେ ବ୍ୟସ୍ତ ଥିଲେ l ସକାଳୁ ନିଜ ନିତ୍ୟ କର୍ମ ସାରି ଗ୍ରେସ୍ ଗାଁ ମୁଣ୍ଡରେ ବୁଲାବୁଲି କରୁଥିବା ବେଳେ ତାଯୁଙ୍ଗିଆରୁ ଏକ ଟ୍ରାକ୍ଟର ମହାଗୁଡ଼ି ଅଭିମୁଖେ ଯାଉଥିବା ଦେଖି ସେହି ଟ୍ରାକ୍ଟରରେ ଚଢ଼ି ଯାଇଥିଲେ l ହେଲେ କିଛି ବାଟ ଆସିବା ପରେ ମହାଗୁଡ଼ି ପହଞ୍ଚିବା ପୂର୍ବରୁ ଟୁଙ୍ଗୁଡ଼ୁମହା ସାହି ନିକଟରେ ଥିବା ହମ୍ପସରେ ଗାଡ଼ି ବ୍ରେକ ମାରିବାରୁ ସେ ଟ୍ରାକ୍ଟରରୁ ଛିଟିକି ପଡ଼ି ଯାଇ ଥିଲେ l ରକ୍ତ ଜୁଡୁବୁଡୁ ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ବ୍ରାହ୍ମଣୀଗାଁ ଥାନା ଉପ ଆରକ୍ଷୀ ଅଧିକାରୀ ଭୋଳାନାଥ ପଣ୍ଡା ମେଡିକାଲରେ ଉକ୍ତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାପଡିଛି ।