ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବ୍ଲକ ଆଦିବାସୀ ସାଂସ୍କୃତିକ ଭବନ ପରିସରରେ ତୃତୀୟ ବାର୍ଷିକ ବ୍ଳକ ସ୍ତରୀୟ ଲୋକ କଳା ଦିବସ ପାଳନ ହୋଇଛି । ଏହି ଦିବସ ପାଳନ ନେଇ ଲୋକ କଳା ସାଂସ୍କୃତିକ ପରିଷଦର ସଦସ୍ୟ ସଦସ୍ୟା ବିଭିନ୍ନ ଗ୍ରାମ ପଞ୍ଚାୟତରୁ ବାଦ୍ୟ ଯନ୍ତ୍ର ସହିତ ପୋଷାକ ପରିଧାନ କରି ଉପସ୍ଥିତ ହୋଇଥିଲେ । ପ୍ରଥମେ ଆଦିବାସୀ ସାଂସ୍କୃତିକ ଭବନ ପରିସରରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ପୁଣି ସାଂସ୍କୃତିକ ଭବନକୁ ଫେରି ଥିଲେ । ଏହା ପରେ ସେଠାରେ ଏକ ସାଧାରଣା ବୈଠକର ଆୟୋଜନ ହୋଇଥିଲା । ପରିଷଦ ସଭାପତି ମହେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସରପଞ୍ଚ ଚନ୍ଦ୍ରିକା ମଲିକ, ସମ୍ମାନିତ ଅତିଥିଭାବେ ସନ୍ତୋଷ କୁମାର ସାହୁ, ପତିତପାବନ ରାଉତ, ଭଗବାନ ସାହୁ ଓ ମଣ୍ଟୁ ସାହୁ ଉପସ୍ଥିତ ଥିଲେ । ବରିଷ୍ଠ କଳାକାର ତଥା ପରିଷଦର ଉପ ସଭାପତି ସାରଦା ବଳିୟାରସିଂ ବାର୍ଷିକ ବିବରଣୀ ପଠନ କରିଥିଲା । କାର୍ଯ୍ୟକ୍ରମରେ କଳାକାର ପାଣ୍ଡଵ ନାୟକ, କାନୁ ନାୟକ, ବିପିନ ନାୟକ, ଉଦେଶ୍ୱର ପ୍ରଧାନ, ଭଗବାନ ତ୍ରିପାଠୀ ପ୍ରମୁଖ ପରିଚଳାନାରେ ସହଯୋଗ କରିଥିଲେ ।