ବ୍ରାହ୍ମଣୀଗାଁ କସମ କାର୍ଯ୍ୟାଳୟରୁ ଚୋରି, ଥାନାରେ ଅଭିଯୋଗ….

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା l କସମ କାର୍ଯ୍ୟାଳୟର ତାଲା ଭାଙ୍ଗି  ଗୋଦାମ ଗୃହରେ ଥିବା ହଳଦୀ ବସ୍ତା, ଗ୍ୟାସ ସିଲିଣ୍ଡର, ହଳଦୀ ସିଝା ରସ ହଣ୍ଡା, ରୋଷେଇ ଡେକଚି ଆଦି ଚୋରୀ ହୋଇ ଯାଇଥିବା ନେଇ କସମ୍ କାର୍ଯ୍ୟାଳୟର ତଦାରଖ କରୁଥିବା ସପ୍ନେଶ୍ୱର ପ୍ରଧାନ  ବ୍ରାହ୍ମଣୀଗାଁ ଥାନାରେ ଲିଖିତଭିଯୋଗ ହୋଇଛି । ସୁଚନା ଅନୁଯାୟୀ କସମ କାର୍ଯ୍ୟାଳୟ ପକ୍ଷରୁ ଅଞ୍ଚଳର ଚାଷୀଙ୍କ ଠାରୁ ହଳଦୀ କିଣି ତାକୁ ପ୍ରୋସେସ କରି ଉନ୍ନତ ମାନର ଶୁଦ୍ଧ ହଳଦୀ ଗୁଣ୍ଡ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନକୁ ରପ୍ତାନୀ କରାଯାଉଥିଲା । ହେଲେ ୨୦୨୦ମସିହା ପର ଠାରୁ ପ୍ରୋସେସିଙ୍ଗ ୟୁନିଟ୍ ବନ୍ଦ ରହିଥିବା ବେଳେ କେବଳ କଞ୍ଚା ମାଲ କିଣି ବନ୍ଧଗଡ଼କୁ ପଠା ଯାଉଥିଲା l ଏହି କାର୍ଯ୍ୟାଳୟର ଦେଖା ଶୁଣା କରିବା ପାଇଁ ଦାରିଙ୍ଗବାଡି ଥାନା ଅଞ୍ଚଳ ପାଙ୍ଗାଲି ଗ୍ରାମର ସପ୍ନେଶ୍ଵର୍ ପ୍ରଧାନ ଦାୟିତ୍ୱ ତୁଲାଉ ଥିବା ବେଳେ ମଝିରେ ମଝିରେ ସେ ଆସି କାର୍ଯ୍ୟାଳୟକୁ ବୁଲି ଦେଖୁ ଥିଲେ l ହେଲେ ଗତ ୧୨ ତାରିଖ ଦିନ  ସନ୍ଧ୍ୟା ସମୟରେ ସେ ଅଫିସ୍ ଭିତରକୁ ଯାଇ ଦେଖିବା ବେଳକୁ ଅଫିସର ତାଲା ଭଙ୍ଗା ଯାଇଥିବା ଦେଖି ଥିଲେ ପୁଣି ୧୩ତାରିଖ ସକାଳ ସମୟରେ ହଳଦୀ ଗୋଦମ୍ ଖୋଲି ଦେଖିଲା ବେଳକୁ କେତେ ଗୁଡ଼ିଏ ହଳଦୀ ବସ୍ତା ଖାଲି ହେବା ସହ ରୋଷେଇ ପାଇଁ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡର l ଗୋଟିଏ ହଳଦୀ ସିଝା ରସ ହଣ୍ଡା, ଦୁଇଟି ରୋଷେଇ ଡେକଚି  ଆଦି ଚୋରୀ ହୋଇଥିବା ଜାଣିବା ପରେ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ପାଇଵା ପରେ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ ଥାନା କେଶ୍ ନଂ ୪୭/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବା କହିଛନ୍ତି । ଅନ୍ୟ ପକ୍ଷରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକାଧିକ ଚୋରୀ ମାମଲା ରୁଜୁ ହୋଇ ଥିବା ବେଳେ କୌଣସି ଦୋଷୀ ଧରାପଡ଼ି ନଥିବା ଏକ ଦୁଃଖଦ ଘଟଣା ବୋଲି ସ୍ଥାନୀୟ ବାସିନ୍ଦା ଚର୍ଚ୍ଚା କରୁ ଥିବା ବେଳେ ପୁଲିସ ପକ୍ଷରୁ ତୁରନ୍ତ ଦୃଢ ପଦକ୍ଷେପ ଗ୍ରହଣ କରି ଦୋଷୀ ପ୍ରତୀ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।