ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡି ଥାନା ପୁଲିସ ପକ୍ଷରୁ କୌଣସି ସୂତ୍ରରୁ ସୂଚନା ପାଇ ଚଡାଉ କରି ୨୩ କେଜି ଗଞ୍ଜେଇ ସହ ଗଞ୍ଜେଇ ନେଉଥିବା ସ୍କୁଟି ଜବତ କରିବା ସହ ଚାଲାଣ ୩ଜଣ ଚାଲାଣ କାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତକାଲି ସନ୍ଧ୍ୟା ସମୟରେ କର୍ଣ୍ଣାଟକ ରାଜ୍ୟ ବେଙ୍ଗୁଲୁର ଜିଲ୍ଲା ୟେଶବନ୍ତପୁର ଥାନା ଅଞ୍ଚଳର ସହିଫ ଅଲି ଖାନ(୩୧) ଓ ଉକ୍ତ ଜିଲ୍ଲା ହେବାଲ ଥାନା ଅଞ୍ଚଳର ମୁଜୀର ଅହମଦ(୨୭) ଏକ ହଳଦିଆ ରଙ୍ଗ ସ୍କୁଟି ନଂ -ଓଡି ୦୭ ଏଇ ୦୯୨୭ ରେ ୨୩ କେଜି ଗଞ୍ଜେଇ ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଅଭିମୁଖେ ନେଇ ଯାଉଥିଲେ । ଦାରିଙ୍ଗବାଡ଼ି ଥାନା ପୁଲିସ ସୂଚନା ପାଇ ବାଇମାଲା ଗେଟରେ ସ୍କୁଟିକୁ ଅଟକାଇ ତଦନ୍ତ କରି ଗଞ୍ଜେଇ ସହ ସ୍କୁଟି ଓ ଦୁଇଟି ମୋବାଇଲ ଜବତ କରିଥିଲେ । ଏହା ପରେ କେଉଁ ଲୋକ ଠାରୁ ଗଞ୍ଜେଇ କିଣି ନେଉ ଥିଲେ ଏହାର ସୂଚନା ଦେଇଥିଲେ । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ କାଡେସପାଟା ଗ୍ରାମର ଦୁର୍ଗା ପ୍ରଧାନ(୬୨)ଙ୍କୁ ଗିରଫ କରି କେଶ ନଂ-୧୫୨, ଦଫା – U/s 20(b)(ii) (C) NDPS Act. କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।