ଟିକାବାଲି ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡ ବିଟନ ରାତ୍ର ଖେଳ ପ୍ରତିଯୋଗିତା ଉଦଘାଟିତ….

ଟିକାବାଲି(ସାନୁଜ ବେହେରା): ଟିକାବାଲି ହାଇସ୍କୁଲ ପଡିଆ ଠାରେ white horse youth association ଆନୁକୁଲ୍ୟରେ ତିନି ଦିବସୀୟ ବ୍ୟାଡ ବିଟନ ରାତ୍ର ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବରେ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲୀପ କହଁର, ସମ୍ମାନିତ ଅତିଥି ଭାବରେ ବ୍ଲକ ବଡ଼ ବାବୁ ଶ୍ରୀ ଶ୍ରୀକାନ୍ତ ଦାସ, ବ୍ଲକ ଉଦ୍ୟାନ ଅଧିକାରୀ ଶ୍ରୀ ରାଜେଶ ବିଶ୍ଵାଳ, ଟିକାବାଲି ବିଦୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଜା ବିଶ୍ୱଜିତ୍ ମହାରଣା ଯୋଗ ଦେଇ ଖେଳାଳି ମାନକୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଜିଲ୍ଲାର ପ୍ରାୟ ସମସ୍ତ ବ୍ଳକର ଖେଳାଳି ଅଂଶଗ୍ରହଣ କରିଥିଲେ । White horse groupର ସଦସ୍ୟ ମାନେ ଯଥା ସ୍ନେହାସିସ୍ ଭୋଇ, କିରଣ ବେହେରା ,ସଚିନ କହଁର, ଅନୁପ ଭୋଇ, ଅନିମେଶ ମହାପାତ୍ର, ବିଶ୍ୱଜିତ୍ ଦିଗାଲ, ଅଭିଳାଷ ଦିଗାଲ, ଜ୍ଞାନରଞ୍ଜନ ଭୋଇ, ମଣ୍ଟୁ ମହାରଣା, ବିକ୍ରାନ୍ତ ଭୋଇ, ଗୋପାଳ ନାୟକ, ଦେବାଶିଷ ଭୋଇ ଓ ଅନ୍ୟ ସଦସ୍ୟମାନେ ଖେଳକୁ ଅତି ସୁଚାରୁ ରୁପେ ପରିଚାଳନା କରିଥିଲେ । ଆୟୋଜିତ ଏହି ରାତ୍ର ଖେଳରେ ଭରପୁର ଦର୍ଶକମାନଙ୍କ ସମାଗୋମ ହୋଇଥିଲା । ଦର୍ଶକମାନେ ଖେଳକୁ ଭରପୁର ଉପୋଭୋଗ କରିବାର ଦେଖିବାକୁ ମିଳିଥିଲା । ଟିକାବାଲି ଅଞ୍ଚଳବାସି white horse groupର ଏହି ରାତ୍ର ଖେଳ ପ୍ରତଯୋଗିତାକୁ ଉପଭୋଗ କରିବା ସହ ପ୍ରସଂଶା ମଧ୍ୟ କରିଥିଲେ ଏବଂ ଆଗକୁ ଏହିଭଳି ପ୍ରେଚେଷ୍ଟା ଜାରି ରଖିବାକୁ କହିଥିଲେ ।