ଘୁ.ଉଦୟଗିରି “ପ୍ରେସ କ୍ଲବ” ପକ୍ଷରୁ ବର୍ଷ-2025ର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି “ପ୍ରେସ କ୍ଲବ” ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ବ୍ୟବସାୟୀ ସଂଘ ସଭା ଗୃହ ଠାରେ ଚଳିତ ବର୍ଷର ପ୍ରଥମ ମାସିକ ବୈଠକ ଶୁକ୍ରବାର ଅପରାହ୍ନ ଘ.12.30 ମିରେ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ଉପସ୍ଥିତ ସାମ୍ବାଦିକଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହେବା ସଙ୍ଗେ ସଙ୍ଗେ ଆଗାମୀ ସାଧାରଣତନ୍ତ୍ର ଦିବସ ପାଳନ ଉପରେ ବିଶେଷ ଆଲୋଚନା ହୋଇ ଥିଲା I “ପ୍ରେସ କ୍ଲବ”ର ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ପତିତ ପାବନ ସାହୁ, ଦେବନାଥ ଦଳବେହେରା, ପ୍ରସନ୍ନ କୁମାର ମିଶ୍ର,ସମ୍ପାଦକ ଅନିଲ କୁମାର ଦଳବେହେରା, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ସୁଜିତ କୁମାର ସାହୁ, ଏନ.ରାଜା ରାଓ, ଚନ୍ଦ୍ରଶେଖର ପାଢ଼ୀ, ସଞ୍ଜୟ କୁମାର ମହାନ୍ତି, ଅବନୀ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ବୈଠକ ଶେଷରେ ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ ସଭା ସାଙ୍ଗ କରି ଧନ୍ୟବାଦ ଅର୍ପଣ କରିଥିଲେ  I