କନ୍ଧମାଳ ସାଂସଦଙ୍କ ଦ୍ୱାରା କୁଟିଆ ସଂଗ୍ରାହଳୟ ଉଦଘାଟିତ..

ବାଲିଗୁଡ଼ା(ସିବନ୍ତ ଦିଗାଳ): ତୁମ୍ବୁଡ଼ିବନ୍ଧ ନେତାଜୀ ଶୁଭାଚନ୍ଦ୍ର ବୋଷ ମାହା ବିଦ୍ୟାଳୟ ଠାରେ ଆଜି 31 ତମ ବାର୍ଷିକ ଉତ୍ସବ ଏବଂ 128 ତମ ନେତାଜୀ ଜୟନ୍ତୀ ସହିତ ଏକ କୁଟିଆ ସଂଗ୍ରାହଳୟ ଉଦଘାଟନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅଥିତି ଭାବେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀଙ୍କ ସହ ତୁମ୍ବୁଡ଼ିବନ୍ଦ ବି ଡି ଓ, ଭାରତୀୟ ଜନତା ପାର୍ଟିର ବ୍ଲକ ସଭାପତି, ବାଲିଗୁଡା ନିର୍ବାଚନର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜୀବ ପାତ୍ର, ଭାରତୀୟ ଜନତା ପାର୍ଟିର ଟାଣୁଆ ନେତା କୁହାଯାଉଥିବା ଶ୍ରୀଯୁକ୍ତ ନେତ୍ରମାନ ସେଠି, ଏବଂ ଅନ୍ୟାନ୍ୟ ବ୍ୟକ୍ତି ଯୋଗ ଦେଇଥିଲା ।