ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାୟଗଡ଼ ଠାରେ ଆଦ୍ର ଭୂମି ମିତ୍ର ଶପଥ ଅନୁଷ୍ଠିତ ହୋଇ ଯାଇଛି । ମୋନୋଜ କୁମାର ବେହେରାଙ୍କ ନେତୃତ୍ବରେ ଏହି ଶୋଭା ଯାତ୍ରା ଉକ୍ତ ସ୍କୁଲ ଠାରୁ ବାହାରି ନଗର ପରିକ୍ରମା ପୂର୍ବକ ଲୋକଙ୍କୁ ଆଦ୍ରଭୂମିର ସୁରକ୍ଷା ଏବଂ ଯତ୍ନକୁ ନେଇ ସଚେତନ କରିଥିଲେ । ଏହି ଅବସରରେ ଇକୋ କ୍ଲୋବ ଏବଂ ଏନାର୍ଜୀ କ୍ଲୋବର ଶିକ୍ଷକମାନେ ସତ୍ୟବାନ୍ ଭୂୟାଁ, ସଂଗ୍ରାମ ରଇତ, ବାପି ସେଠୀ, ଜଗତ ଚନ୍ଦ୍ର କାର୍ଜୀ ଏବଂ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରି ଏହାର ପରିଚାଳନା କରିଥିଲେ ।