ବାଲିଗୁଡା(ସିବନ୍ତ ଦିଗାଲ ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ନୂତନ ଭାବରେ ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିବା ପରେ ବାଲିଗୁଡା ପୁଲିସକୁ ଏକ ବଡ ସଫଳତା ମିଳିଛି । ଜଣେ ବାଇକ ଚୋରକୁ କାବୁ କରିବାରେ ସଫଳ ହୋଇଛି ବାଲିଗୁଡ଼ା ପୁଲିସ l ଏନେଇ ବାଲିଗୁଡା ଉପଖଣ୍ଡ ଅଞ୍ଚଳ ବାଇକ ଚୋରି ହୋଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇ ଆସୁଥିଲା । ଆଜି ବାଲିଗୁଡା ଏସ ଡି ପି ଓଙ୍କ ନେତୃତ୍ୱରେ ଏକ ଟିମ ବାଇକ ଲୁଟେରାଙ୍କୁ ଧରିବାରେ ସଫଳତା ହାସଲ କରିଛି । ଆଗାମୀ ଦିନମାନଙ୍କରେ ଏହି ଲୁଟେରାମାନଙ୍କ ଗ୍ୟଙ୍ଗର ସମସ୍ତଙ୍କୁ କାବୁ କରାଯିବ ବୋଲି ଗଣମାଧ୍ୟ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ବାଲିଗୁଡା ଏସ ଡି ପି ଓ ରାମେନ୍ଦ୍ର ପ୍ରସାଦଙ୍କ ଏକ ବାର୍ତ୍ତା ରହିଛି ଯେ ଯେଉଁ ବ୍ୟକ୍ତି ସେକେଣ୍ଡହ୍ୟାଣ୍ଡ ବାଇକ କିଣୁଛନ୍ତି ତେବେ ସେହି ବାଇକର କାଗଜ ପତ୍ର ସଠିକ ଭାବରେ ଯାଞ୍ଜ କରିବା ପାଇଁ ବାଲିଗୁଡା ଅଞ୍ଚଳ ବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ।