ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ କାଟିଙ୍ଗିଆ ପଞ୍ଚାୟତର ଆଡ଼ିବଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସହକାରୀ ଶିକ୍ଷକ ସନ୍ତୋଷ ମଲ୍ଲିକ, ଉତ୍ତମ ନାୟକ, ଅରବିନ୍ଦ ସାହୁ, ବବିତା ବିଶୋଇ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ପ୍ରଥମେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳୀ ଅର୍ପଣ କରି ଭକ୍ତି ଓ ସମ୍ମାନ ଜଣାଇବା ପରେ ନେତାଜୀଙ୍କ ଜୀବନୀ ଓ ଦେଶ ପ୍ରେମ ସମ୍ପର୍କରେ ଛାତ୍ରଛାତ୍ରୀମାନେ ବକ୍ତବ୍ୟ ପ୍ରଦାନ କରିଥିଲେ ।