କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ପାଳିତ..

ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ ଏମ ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଅବସରରେ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କର ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ବିଦ୍ୟାଳୟ ପରିସରରେ ଥିବା ମହା ପୁରୁଷମାନଙ୍କ ପ୍ରତି ମୂର୍ତ୍ତିଗୁଡିକରେ ମଧ୍ୟ ଧୂପ ଦୀପ ଏବଂ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା । ଉପସ୍ଥିତ ଥିବା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କର ଆତ୍ମ ଜୀବନୀ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ତଥା ଦେଶ ପାଇଁ ତାଙ୍କର ନିଷ୍ଠାପର କାର୍ଯ୍ଯ ବିଷୟରେ ବକ୍ତୃତା ପ୍ରଦାନ କରି ସମସ୍ତଙ୍କ ମନରେ ଦେଶ ପ୍ରୀତିର ଭାବନା ଜାଗ୍ରତ କରାଇଥିଲେ । ପରେ ଛାତ୍ରଛାତ୍ରୀମାନେ ମଧ୍ୟ ଭାଷଣ ପ୍ରଦାନ କରିବା ସହ ବିଭିନ୍ନ ପ୍ରକାରର ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ମଞ୍ଚ ପରିଚାଳନା କରିବା ସହିତ  ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।