ସୁଧୁରୁ ନାହିଁ ବ୍ରାହ୍ମଣୀଗାଁର ଇଣ୍ଟର୍ନେଟ୍ ସମସ୍ୟା: ବିଦ୍ୟୁତ ଗଲେ ଇଣ୍ଟର୍ନେଟ୍ ଠପ୍, ବର୍ଷେ ବିତିଗଲାଣି ସଂଯୋଗ ହୋଇ ପାରୁ ନାହିଁ ବି ଏସ ଏନ୍ ଏଲ ଫୋର୍ – ଜୀ କେବୁଲ୍
ଦାରିଙ୍ଗବାଡି (ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଅନ୍ୟତମ ବୃହତ୍ତ ବଜାର ହେଉଛି ଓ ପ୍ରସ୍ତାବିତ ବ୍ଲକ ବ୍ରାହ୍ମଣୀଗାଁ l ଏଠାରେ ଜିଲ୍ଲାର ସୀମାନ୍ତବର୍ତ୍ତି ଥାନା ଅଛି l ଆଗରୁ ଏହା ମାଓବାଦି ପ୍ରବଣ ଇଲାକା ଭାବେ ପରିଚିତ ଥିବାରୁ ସୁରକ୍ଷା କର୍ମୀ ମୁତୟନ ହୋଇ ରହି ଆସୁଛନ୍ତି l ଦୂରଭାଷା ଯୋଗାଯୋଗର ଅଭାବ ହେତୁ ସୁରକ୍ଷା କର୍ମୀ ନିଜକୁ ଅସୁରକ୍ଷିତ ମଣୁ ଥିବା ବେଳେ ଅଞ୍ଚଳ ବାସୀଙ୍କ ଦୁଃଖ ଅନେକ l ଦିନ ଦିନ ମାସ ମାସ ଧରି ବି ଏସ ଏନ୍ ଏଲ ଟାୱାର ଅଚଳ ରହୁଛି l ଏଥି ପ୍ରତି ବିଭାଗୀୟ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଉ ନଥିବାରୁ ଜନ ସନ୍ତୋଷ ବଢ଼ିବାରେ ଲାଗିଛି l ବ୍ରାହ୍ମଣୀଗାଁ ପାଇଁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାୱାର ନିର୍ମାଣ ପାଇଁ ବାରମ୍ଵାର ବିଭାଗୀୟ କତ୍ତୃପକ୍ଷଙ୍କୁ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ କରାଯାଇ ଥିଲେ ସୁଦ୍ଧା ଆଜ ପର୍ଯ୍ୟନ୍ତ ତାହାର ସ୍ଥାୟୀ ସମଧାନ ହୋଇ ପାରି ନାହିଁ । ଅନ୍ୟ ପାଖ ଅଞ୍ଚଳରେ ଅତ୍ୟାଧୁନିକ ଉପକରଣ ବିଶିଷ୍ଟ ଟାୱାର ସ୍ଥାପନ କରାଯାଉ ଥିବା ବେଳେ ବ୍ରାହ୍ମଣୀଗାଁ ପ୍ରତି ଜିଲ୍ଲା ପ୍ରଶାସନର ଏ କି ପ୍ରକାର ମନୋଭାବ ବୋଲି ଜନ ସାଧାରଣ ପ୍ରଶ୍ନ କରିଛନ୍ତି ?
ବ୍ରାହ୍ମଣୀଗାଁରେ ବି ଏସ ଏନ୍ ଏଲ ର ଏକ ମାତ୍ର ଟାୱାର ଅଞ୍ଚଳ ବାସୀଙ୍କୁ ଇଣ୍ଟରନେଟ ସେବା ଯୋଗାଇ ଆସୁଥିବା ବେଳେ ଆଜକୁ ପ୍ରାୟ ଏକ ବର୍ଷ ବିତିଗଲାଣି ଦାରିଙ୍ଗବାଡି ଠାରୁ ବ୍ରାହ୍ମଣୀଗାଁ ପର୍ଯ୍ୟନ୍ତ ୪- ଜୀ କେବୁଲ ସଂଯୋଗ କରାଯିବ ବୋଲି ଶୁଣିବାକୁ ମିଳୁଛି l କେବେ ସୁଦ୍ଧା ତାହା ସଂଯୋଗ ହେବ ତାହାର କୌଣସି ନିଶ୍ଚିତତା ନାହିଁ l ବାଲିଗୁଡା ଏସ ଡି ଓ ଙ୍କୁ ପଚାରିଲେ ” କାମ୍ ଚାଲ୍ ରାହା ହୈ ଏକ ମହିନେ କା ଅନ୍ଦର୍ ହୋ ଜାଏଗା” କହୁଥିବାର ପ୍ରାୟ ଏକ ବର୍ଷ ବିତିଗଲାଣି କୌଣସି ସୁଫଳ ମିଳୁନାହିଁ । ଦିନେ ରହିଲେ ଆଉ ଦିନେ ରହୁନି ଇଣ୍ଟର୍ନେଟ୍ l ବିଦ୍ୟୁତ ଚାଲିଗଲେ ନେଟ୍ ମଧ୍ୟ ସେବା ମଧ୍ୟ ଠପ୍ ହୋଇ ଯାଉଛି l ସରକାର ଡିଜିଟାଲ ଇଣ୍ଡିଆର ଗାଥା ଗାଉ ଥିବା ବେଳେ ଏଠି ଚିତ୍ର କିଛି ଅଲଗା ରହିଛି l ବହୁତ୍ ସ୍ଲୋରେ ଚାଲିଛି ଇଣ୍ଟରନେଟ୍ l କିଓସ୍କ ବ୍ୟାଙ୍କିଙ୍ଗ ଓ ମୋ ସେବା କେନ୍ଦ୍ରରେ ବହୁତ ବାଧା ସୃଷ୍ଟି କରୁଛି । ବ୍ରାହ୍ମଣୀଗାଁର ସ୍କୁଲ,କଲେଜ, ବ୍ୟାଙ୍କ, ଥାନା, ରାଜସ୍ୱ ବିଭାଗ, ବନ ବିଭାଗ, ମେଡ଼ିକାଲ, ପଞ୍ଚାୟତ କାର୍ଯ୍ୟାଳୟ, ଆଦି ସରକାରୀ, ବେସରକାରୀ ତଥା ବ୍ୟବସାୟିକ ପ୍ରତିଷ୍ଠାନର ବିଭିନ୍ନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ବିଶେଷ କରି ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ ହେଉଛି। ଦିନକୁ ଦିନ ସମସ୍ୟା ବୃଦ୍ଧି ପାଉ ଥିବାରୁ କେତେବେଳେ ଯେ ଏହା ଆନ୍ଦୋଳନର ରୂପ ନେବ ତାହା କହିହେବ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଇଣ୍ଟରନେଟ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।