ରାୟଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ…

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ୧୦.୩୦ ମିନିଟ୍ ବେଳେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ବି.ପି.ଏମ ଶ୍ରୀ ପ୍ରଫୁଲ୍ଲ କୁମାର ନାଗବଂଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କର୍ମ ନିୟୋଜନ ବିଭାଗ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ଦାସ ଓ ଶ୍ରୀ ଶ୍ରାବଣ କୁମାର ପ୍ରଧାନ DRSETI ଙ୍କ ସହ ଅନ୍ୟ ଅତିଥିମାନେ ମଞ୍ଚସ୍ଥ ହୋଇ ଏହି ଶିବିର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମାଟ୍ରିକ ପାସ ପରେ କିପରି ଧନ୍ଦା ମୁଳକ ଶିକ୍ଷା ଗ୍ରହଣ କରିବେ, କିପରି ଆଇ.ଟି.ଆଇରେ ଶିକ୍ଷା ଗ୍ରହଣ କରି ନିଜର ଜୀବିକା ନିର୍ବାହ କରିବେ ସେ ନେଇ ଅତିଥି ମାନେ କହିଥିଲେ । ଏହି ପରୀପ୍ରେକ୍ଷୀରେ ବିଭିନ୍ନ ପଞ୍ଚାୟତର ଯୁବକ ଯୁବତୀମାନେ ତଥା ବ୍ଲକର ବିଦ୍ୟାର୍ଥୀମାନେ ଯୋଗ ଦେଇ ଏହି ଶିବିର ର ଉଦେଶ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟ କ୍ରମକୁ ପେଶା ସଂଯଜକ ଶ୍ରୀ ଶ୍ରିଧର ଦାସ ପରିଚାଳନା କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।