ପୂର୍ବତନ ସରପଞ୍ଚଙ୍କ ପରୋଲକ, ଅଂଚଳରେ ଶୋକର ଛାୟା…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତ ଗାଇବା ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀ ଅନ୍ତୁନି ବେବର୍ତ୍ତାଙ୍କ ପରଲକ ହୋଇଛି l ସୂଚନା ଅନୁଯାଇ କିଛି ଦିନ ହେଲା ଅସୁସ୍ଥତା ଅନୁଭବ କରୁଥିଲା ପରିବାର ସହ ମେଡିକାଲ ଯାଇ ଚିକିତ୍ସା ହେଲାପରେ କିଛିଦିନ ସୁସ୍ଥ ଅନୁଭବ କରୁଥିଲେ l କିନ୍ତୁ ଆକସ୍ମିକ ଭାବରେ ରାତିରେ ଅସୁସ୍ଥତା ହୋଇ ମୃତ୍ୟୁ ବରଣ କରି ଥିବା ସୂଚନା ମିଳିଛି l ଆନ୍ତୁନି ବେବର୍ତ୍ତା ସରପଞ୍ଚ ଥିବା ସମୟରେ ତାଙ୍କର ଅମଳରେ ବହୁତ କିଛି ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ l ଶିକ୍ଷା ଉପରେ ସେ ସବୁବେଳେ ଅଧିକ ଧ୍ୟାନ ଦେଉ ଥିଲେ l ତାଙ୍କ କାର୍ଯ୍ୟ କାଳରେ ଗାଇବା ମେଡିକାଲ, ନିର୍ମାଣ କଲେ ଗାଇବା ହାଟବଜାର, ଅଙ୍ଗନବାଡି କେନ୍ଦ୍ର ସାହି ସାହିକୁ ସିସିରଡ଼ କରିଥିଲେ l ନିଜ ଗ୍ରାମ ହୋଉ ବା ପଞ୍ଚାୟତର ଯେତେ ଗ୍ରାମ ଅଛି ସମସ୍ତଙ୍କର ଅସୁବିଧା ସମୟରେ ଛିଡ଼ାହଇ ସମସ୍ୟାର ସମାଧାନ କରି ଆସୁଥିଲେ l ବହୁତ କିଛି ଉର୍ନତି ମୂଳକ କାର୍ଯ୍ୟ କରିଥିଲେ l ଆଜି ଶ୍ରୀ ଆନ୍ତୁନି ବେବର୍ତ୍ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମବାସି ଦୁଃଖରେ ମ୍ରିୟମାଣ ହୋଇ ଥିବା ଦେଖା ଦେଇଛି l ତାଙ୍କର ଉର୍ନତି ମୂଳକ କାର୍ଯ୍ୟ ଓ ଆଦର୍ଶକୁ ଆଜି ଗ୍ରାମବାସୀ ଏବଂ ଅଞ୍ଚଳ ବାସି ସ୍ମରଣ କରି ଦୁଃଖରେ ମର୍ମାହତ ହୋଇ ଝୁରୁଛନ୍ତି l ଏହା ସମଗ୍ର ଅ ଅଞ୍ଚଳ ଅପୂରଣୀୟ କ୍ଷତି ବୋଲି ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି l