ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ଫୁଲବାଣୀ ରାସ୍ତା ଜି.ରମ୍ଭା ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ପିକଅପ୍ ଧକ୍କାରେ ଜଣେ ମୋପେଡ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଦଦରାଲୁଣ୍ଡା ପଞ୍ଚାୟତ ପିଇତା ଗାଁର ରାଜେନ୍ଦ୍ର ବିଷୋୟୀ(୬୪)। ମଙ୍ଗଳବାର ସକାଳେ ରାଜେନ୍ଦ୍ର ତାଙ୍କର ଜଣେ ସମ୍ପର୍କୀୟ ଙ୍କ ଘରକୁ ଯିବା ପାଇଁ ଘରୁ ବାହାରିଥିଲେ । କୌଣସି ଏକ କାମରେ ରମ୍ଭା ନିକଟ ଜାତୀୟ ରାଜପଥ କଡରେ ମୋପେଡ୍ ସହ ଛିଡା ହୋଇଥିବା ସମୟରେ ଏକ ପିକଅପ୍ ଭ୍ୟାନ୍ ତାଙ୍କୁ ଧକ୍କା ଦେଇ ବହୁ ଦୁର ପର୍ଯ୍ୟନ୍ତ ଘୋଷାଡି ନେଇ ଯାଇଥିଲା । ସ୍ଥାନୀୟ ବାସିନ୍ଦା ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଞ୍ଜନଗର ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।