ନୂଆଁ ବର୍ଷ ପାଇଁ ପ୍ରସ୍ତୁତି, ଗାଁ ଦାଣ୍ଡ ସଫେଇ କଲେ ଯୁବ ସଙ୍ଘ…

ଦାରିଙ୍ଗବାଡି(ଆଶୋକ ସିଂ): ଆଉ କିଛି ଘଣ୍ଟା ପରେ ସମସ୍ତେ ନୂତନ ବର୍ଷ ୨୦୨୫ ରେ ପ୍ରବେଶ କରିବେ l ଚାରିଆଡ଼େ ଚାଲିଛି ପ୍ରସ୍ତୁତି କିପରି ଶୂନ୍ୟ ରାତ୍ରୀକୁ ଅନୁଭବ କରିବେ ଓ ବର୍ଷର ପ୍ରଥମ ଦିନ ପ୍ରଥମ ମୁହୂର୍ତ୍ତ କୁ ହାତ ଛଡ଼ା କରିବେ ନାହିଁ ସେଥିପାଇଁ ଅନେକ ଯୋଜନା ମାନ କରି ସାରିଲେଣି l ଏହି ଅବସରରେ କିଛି ସ୍ଥାନରେ ଗାଁ ପରିବେଶକୁ ସ୍ୱଚ୍ଚ ସୁନ୍ଦର କରିବାରେ ଲାଗିପଡିଛନ୍ତି ଯୁବ ଗୋଷ୍ଠୀ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଡ଼ସାହିରେ l ଶୀତ ଛୁଟି ତଥା ବଡ଼ଦିନ ପର୍ବ ସହ ନୂତନ ବର୍ଷ ପାଳନ ପାଇଁ ବାହାରେ ପାଠ ପଢ଼ୁଥିବା ପିଲାମାନେ ଛୁଟିରେ ଗାଁକୁ ଆସି ଯାଇଛନ୍ତି l ନିଜ ପରିବାର ସହ ମିଳିତ ହୋଇ ପର୍ବ ପର୍ବାଣୀ ପାଳନ କରୁଥିବା ବେଳେ ସାହିର ଛୋଟ ବଡ଼ ସମସ୍ତ ପିଲା ଓ ମା ମାନଙ୍କ ମଧ୍ୟରେ ଖୁସି ଦେଖିବା ପାଇଁ ବିଭିନ୍ନ ଖେଳକୁଦ, ଗୀତ ନାଚ କରି ଗାଁ ଦାଣ୍ଡକୁ ଚଳ ଚଞ୍ଚଳ କରିଥିବା ଦେଖିବାକୁ ମିଳିଛି । ଆଗାମୀ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ଗାଁ ଦାଣ୍ଡ ପରିବେଶକୁ ସଫା ସୁତୁରା କରିବା ପାଇଁ ଯୁବସଂଘ ସଦସ୍ୟ ମାନେ ଅଣ୍ଟା ଭିଡିଛନ୍ତି l ଦୁଇ ଦିନ ଧରି ଦାଣ୍ଡ ମଝିରେ ଥିବା କେନାଲକୁ ସଫା କରିବା ସହ ଆଖ ପାଖ ପରିବେଶ ସଫା କରୁଥିବା ଦେଖିବାକୁ ମିଳିଛି l ଯୁବସଂଘ ସଭାପତି ଶୁଭେନ୍ଦୁ ବଳିଆର ସିଂଙ୍କ ନେତୃତ୍ୱରେ ଦିନେଶ ନାୟକ, କିଶୋର ନାୟକ, ସନ୍ଦୀପ ନାୟକ, ପିଟର ନାୟକ, ରତନ ନାୟକ, ସୁଭଜିତ ବଳିଆର ସିଂ, ରୋସନ ସଭା ସୁନ୍ଦର ଅମନ୍ ସଭାପତି ସମେତ ସମସ୍ତ ଯୁବ ଗୋଷ୍ଠୀ ଏଥିରେ ସାମିଲ ହୋଇଥିଲେ ।