ରାଇରଙ୍ଗପୁର(ଉତ୍ତମ ରାମ): ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ଅଧିନସ୍ତ ପଡିଆ ଠାରେ ଚଷା ସାଉନ୍ତା ସାରନା କ୍ଲବ ଆନୁକୂଲ୍ଯରେ ୩୬ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗତ ୧୫ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି I ଏଥିରେ ୨୬ଟି ଟିମ ବାମନଘାଟୀ ଉପଖଣ୍ଡର ଆଖପାଖ ଅଞ୍ଚଳରୁ ଅଂଶଗ୍ରହଣ କରିଥିଲେ I ସେଗୁଡିକ ହେଲା – କୁସୁମୀ ଏମବି, ପୁରୁଣିଆ, ହାଟବାଦଡା, ବଣକାଠି, ଚିଙ୍ଗଲି, କେସରଗଡିଆ, ବରଗିମାରା, ସୁଲିଡୁମ୍ବା, ଭାଗବନ୍ଦି, ଡମବେଡା, ନିଶ୍ଚିନ୍ତପୁର, ପଡାଡିହାଁ, ସରଜମଡାହ, କୁଲଡିହାଁ, କେନ୍ଦୁଳିଆ ଜାନୁମଘୁଟୁ, ରାଖାତଳା, ମହାଦେବଡି, ବାସୁଏଫସି, ମହାକାଳ, ଗୁଣ୍ଡୁରିଆ, ପଥରକଟା, ଏସଏସଏଫସି, ଫ୍ରିଡସଏଫସି , ତାମବୁଲିଆ ଓ ମୟୂରଦବହ ଅନ୍ଯତମ I ଫାଇନାଲ ଫୁଟବଲ ଖେଳ ନିଶ୍ଚିନ୍ତପୁର ସହ କେଶରଗଡିଆ ସଙ୍ଗେ ହୋଇଥିଲା I କେଶରଗଡିଆ ବିଜୟୀ ପ୍ରଥମ ହୋଇଥିଲା ବେଳେ ନିଶ୍ଚିନ୍ତପୁର ରର୍ନସଅଫ ହୋଇ ଦ୍ବିତୀୟ ହୋଇଥିଲା I ସେହି କ୍ରମରେ ତୃତୀୟ ପୁରସ୍କାର ଭାବେ ପଥରକଟା ହୋଇଥିବା ବେଳେ କେନ୍ଦୁଳିଆ ଚତୁର୍ଥ ପୁରସ୍କାର ଲାଭ କରିଥିଲେ I ପୁରସ୍କାର ବିତରଣୀ ପର୍ବରେ ସମ୍ମାନିତ ଅତିଥି ଭାବେ ଓଏଏସ ଅଫିସର ନୁନାରାମ ମୁର୍ମୁ, ଜିଲ୍ଲା ହିସାବରକ୍ଷକ ସୁବର୍ଣ୍ଣପୁର ଦିବାଲ କିସ୍କୁ, ଇଂଜିନିୟର ବେଲଜିୟମ୍ ରାଜେନ୍ଦ୍ର ମୁର୍ମୁ, କୁସୁମୀ ଗ୍ରାମ ପଞ୍ଚାୟତ ସରପଞ୍ଚ ବାରଆଲ ମୁର୍ମୁ, ଚୂଆପାଣି ଗ୍ରାମ ପଞ୍ଚାୟତ ସରପଞ୍ଚ ବାଙ୍ଗିମଣି କିସ୍କୁ, ପୂର୍ବତନ କୁସୁମୀ ଫୁଟବଲ ଖେଳାଳୀ ବାଧ ହେମ୍ବ୍ରମ, କୁସୁମୀ ମାଝୀବାବା ଇନ୍ଦ୍ର ଟୁଡୁ, କୁସୁମୀ ନାଏକବାବା ରାମଚନ୍ଦ୍ର ଟୁଡୁ ତଥା ବଡଦରହା, ଚୂଆପାଣି ଓ ସୁଲିଡୁମ୍ବାର ମାଝୀବାବା ଯୋଗ ଦେଇ ଆକର୍ଷଣୀୟ ଖାସି ଉପହାର ଦେଇଥିଲେ I ଶେଷରେ ମହାଟୁଡୁ ଧନ୍ଯବାଦ ଅର୍ପଣ କରିଥିଲେ I ଏଥିରେ ଧାରା ବିବରଣୀ ସୁରେଶ ଚନ୍ଦ୍ର ବିନ୍ଧାଣୀ ଓ ବାରିଆଲ ସୋରେନ ଦେଇଥିଲେ I ଉକ୍ତ ଭବ୍ଯ ପ୍ରତିଯୋଗିତାରେ କମିଟୀର ସଭାପତି ସୁଦର୍ଶନ ହାଁସଦାଃ, ଉପସଭାପତି ମେଘରାୟ ହାଁସଦାଃ, ସଂପାଦକ ରଘୁନାଥ ଟୁଡୁ, କୋଷାଧ୍ଯକ୍ଷ ଚୁନୁରାମ ମୁର୍ମୁ, ପଡିଆ ମ୍ଯାନେଜର କିସତୁ ହେମ୍ବ୍ରମ, ତମୁ ଟୁଡୁ, ସାକିଲା ହେମ୍ବ୍ରମ, ମନୋରଂଜନ ମୁର୍ମୁ ତଥା କାର୍ଯ୍ଯାକାରୀ ସଦସ୍ଯଗଣ ସହଯୋଗ କରିଥିଲେ I ଏହି କ୍ରୀଡା ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତରରୁ ଲୋକମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥିଲା I